ନୂଆଦିଲ୍ଲୀ: ୨୦୧୭ ଜୁଲାଇ ପହିଲାରେ କାର୍ଯ୍ୟକାରୀ ହୋଇଥିବା ସେବା ଓ ସାମଗ୍ରୀ ଟିକସ (ଜିଏସଟି)କୁ ଇତିମଧ୍ୟରେ ଦୁଇ ବର୍ଷ ପୂରଣ ହୋଇଛି। ଜିଏସଟିକୁ ଦୁଇ ବର୍ଷ ପୂରଣ ପରିପ୍ରେକ୍ଷୀରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ଆଜି ଏ ନେଇ ଫେସବୁକ୍ରେ ଲେଖିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି, ଆଗାମୀ ଦିନରେ ଜିଏସଟି ଆଦାୟ ରାଶି ବଢ଼ିଲେ ୧୨ ପ୍ରତିଶତ ଏବଂ ୧୮ ପ୍ରତିଶତ ହାରକୁ ମିଶାଇ ଦିଆଯାଇ ଗୋଟିଏ ଟିକସ ହାର କରାଯିବ। ଏହାଫଳରେ ଜିଏସଟିକୁ ଦୁଇ ଥାକିଆ କରାଯାଇପାରିବ। ଜେଟ୍ଲି କହିଛନ୍ତି, ଦେଶରେ ପ୍ରାୟ ୨୦ଟି ରାଜ୍ୟର ଟିକସ ଆଦାୟରେ ୧୪ ପ୍ରତିଶତରୁ ଅଧିକ ବୃଦ୍ଧି ଘଟୁଛି। ଫଳରେ ଏହି ରାଜ୍ୟଗୁଡ଼ିକୁ ଜିଏସଟି ଲାଗୁଜନିତ କୌଣସି କ୍ଷତିପୂରଣ ଦେବାକୁ ପଡ଼ୁନାହିଁ। ସେହିଭଳି ଅଧିକାଂଶ ସାମଗ୍ରୀ ଉପରେ ଜିଏସଟି ହାର ୧୮ ପ୍ରତିଶତ, ୧୨ ପ୍ରତିଶତ ଏବଂ ୫ ପ୍ରତିଶତ ରହିଛି।
ଦୁଇ ଥାକିଆ ହେବ ଜିଏସଟି: ଜେଟ୍ଲି
/sambad/media/post_attachments/wp-content/uploads/2019/07/arun-jetly.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)