ଭୁବନେଶ୍ବର: ଜିଟି ଟେକ୍ ପକ୍ଷରୁ ସୁଲଭ ମୂଲ୍ୟର ନୂଆ ୩ଡି ପ୍ରିଣ୍ଟର୍ ମେସିନ୍କୁ ଉନ୍ମୋଚନ କରାଯାଇଛି। ଏହାର ନାମ ହେଉଛି ‘ଇମାଜିନେଟର ହୋମ୍’। ଡାସଲ୍ଟ ସିଷ୍ଟମସ୍ର ପରିଚାଳନା ନିର୍ଦେଶକ ସାମସନ୍ ଖାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେସିନ୍କୁ ଉନ୍ମୋଚନ କରି କହିଛନ୍ତି ଯେ, ୩ଡି ପ୍ରିଣ୍ଟିଂ କ୍ଷେତ୍ରରେ ଜିଟି ଟେକ୍ ପ୍ରବେଶ କରିଥିବା ଜାଣି ମୋତେ ବହୁତ ଖୁସି ଲାଗୁଛି। ଏହାକୁ ଏବେ ମାନୁଫାକ୍ଚରିଂ ଓ ମେଡିକାଲ୍ ଶିଳ୍ପରେ ବ୍ୟବହାର କରାଯାଉଥିବା ବେଳେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକରେ ମଧ୍ୟ ଏହା ବାଣିଜ୍ୟିକ ଭାବେ ବ୍ୟବହାର ହେଉଛି। ଏହି ଅବସରରେ ଗ୍ରାମ ତରଙ୍ଗ ଟେକ୍ନୋଲୋଜିସ୍ର ପରିଚାଳନା ନିର୍ଦେଶକ ରବିନ୍ଦ୍ର ଶାହ, ଆଡିଟିଭ୍ ମାନୁଫାକ୍ଚରିଂର ମୁଖ୍ୟ ସୁମନ କେ ସିଂହ ଓ ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟର ଉପ ସଭାପତି ପ୍ରଫେସର ଡି ଏନ୍ ରାଓ ଉପସ୍ଥିତ ଥିଲେ।
ଜିଟି ଟେକ୍ର ୩ଡି ପ୍ରିଣ୍ଟର୍ ମେସିନ୍
/sambad/media/post_attachments/wp-content/uploads/2019/06/Untitled-9-17.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)