ଭୁବନେଶ୍ବର/ରାଉରକେଲା: ସୁନ୍ଦରଗଡ଼ର ଟାଣୁଆ ଆଦିବାସୀ ନେତା ତଥା ବୀରମିତ୍ରପୁରର ୪ ଥର ବିଧାୟକ ଜର୍ଜ ତିର୍କିଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ଖେଳିଯାଇଛି। ଆଜି ତାଙ୍କ ପାର୍ଥିବଶରୀରକୁ ବିଧାନସଭା ପରିସରକୁ ଶେଷଦର୍ଶନ ପାଇଁ ଅଣାଯାଇଥିଲା।
ବୀରମିତ୍ରପୁରରୁ ୪ ଥର ବିଧାୟକ ହୋଇଥିଲେ
ରାଉରକେଲାରେ ପ୍ରିୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳି
ଗାର୍ଡ ଅଫ୍ ଅନ୍ର ଦିଆଯିବା ପରେ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରୀଙ୍କ ସହ ବିଭିନ୍ନ ଦଳର ବିଧାୟକମାନେ ଦିବଂଗତ ନେତାଙ୍କୁ ଶେଷଦର୍ଶନ କରିଥିଲେ। ଶନିବାର ସନ୍ଧ୍ୟାରେ ତାଙ୍କ ପାର୍ଥିବଶରୀର ରାଉରକେଲା ସେକ୍ଟର-୮ସ୍ଥିତ ଗାଙ୍ଗପୁର ମଜଦୁର ମଞ୍ଚ (ଜିଏମ୍ଏମ୍) କାର୍ଯ୍ୟାଳୟରେ ପହଞ୍ଚିଥିଲା। ବିଭିନ୍ନ ଶ୍ରମିକ ସଙ୍ଗଠନ, ରାଜନୈତିକ ଦଳର ନେତାଙ୍କ ସହ ସହରର ବିଭିନ୍ନବର୍ଗର ଲୋକେ ଶେଷଦର୍ଶନ କରିଥିଲେ। ଆସନ୍ତାକାଲି (ରବିବାର) ତାଙ୍କ ପାର୍ଥିବଶରୀରକୁ ବିରାଟ ଶୋଭାଯାତ୍ରାରେ ଜନ୍ମମାଟି କୁଆରମୁଣ୍ଡା ରାଏବୋଗା ଥାନା ଅନ୍ତର୍ଗତ ଝୁରୁମୁରକୁ ନିଆଯିବ। ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/21/sfhfsfhshfhf-2025-09-21-05-04-06.jpg)