ଗିନିସ୍‌ ୱାର୍ଲଡ୍‌ ରେକର୍ଡରେ ସନ୍‌ଫିଷ୍ଟ୍‌ ୟିପି

ନୂଆଦିଲ୍ଲୀ: ଆଇଟିସିର ନୁଡୁଲସ୍‌ ବ୍ରାଣ୍ଡ୍‌ ସନ୍‌ଫିଷ୍ଟ ୟିପି ଗିନିସ୍‌ ୱାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇଛି। ଏହି ବ୍ରାଣ୍ଡ୍‌ ନିଜର ୧୦ ବର୍ଷ ପୂର୍ତୀ ପାଳନ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ୟିପି ନୁଡୁଲସ୍‌ ଖାଉଥିବା ସମୟର ଫଟୋକୁ ଫେସ୍‌ବୁକ୍ ପେଜ୍‌ରେ ପୋଷ୍ଟ କରିବା ଲାଗି କଂପାନି ଲୋକମାନଙ୍କୁ ଆହ୍ବାନ ଦେଇଥିଲା। ଗୋଟିଏ ଘଣ୍ଟା ଭିତରେ ନୁଡୁଲସ୍‌ ଖାଉଥିବା ସର୍ବାଧିକ ଲୋକଙ୍କ ଫଟୋ ଫେସ୍‌ବୁକ୍‌ରେ ଅପ୍‌ଲୋଡ୍‌ ହୋଇଥିବାରୁ ସନ୍‌ଫିଷ୍ଟ୍‌ ୟିପିକୁ ଗିନିସ୍‌ ରେକର୍ଡ ବୁକ୍‌ରେ ସ୍ଥାନ ଦିଆଯାଇଛି। ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମର ସଫଳତାରୁ ୟିପି ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସବୁ ବର୍ଗରେ ଲୋକପ୍ରିୟ ବୋଲି ଜଣାପଡ଼ିଛି। ୟିପି ଏବେ ୧୦୦୦ କୋଟି ଟଙ୍କାର ବ୍ରାଣ୍ଡ୍‌ରେ ପରିଣତ ହୋଇଛି। ୨୦୨୦-୨୧ରେ କଂପାନି ୫୦ ପ୍ରତିଶତ ଅଭିବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଏହି ସଫଳତା ସମ୍ପର୍କରେ କଂପାନିର ଡିଭିଜନାଲ୍ ଚିଫ୍‌ ଏକ୍‌ଜିକ୍ୟୁଟିଭ୍ ହେମନ୍ତ ମଲ୍ଲିକ କହିଛନ୍ତି ଯେ ୨୦୧୦ରେ ଯାତ୍ରା ଆରମ୍ଭ କରିବା ପରଠାରୁ ସନ୍‌ଫିଷ୍ଟ୍‌ ୟିପି ସବୁ ବେଳେ କିଛି ଅଲଗା କରିବାକୁ ପ୍ରୟାସ କରିଥାଏ। ଗିନିସ୍‌ ୱାର୍ଲଡ୍‌ ରେକର୍ଡ ଏହା ଜଣାଉଛି ଯେ ୟିପି ଲୋକମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ।

ସମ୍ବନ୍ଧିତ ଖବର