ସୋନିପତ: ଫ୍ଲାଗ୍‌ ଫାଉଣ୍ଡେସନ୍‌ ଅଫ୍ ଇଣ୍ଡିଆ (ଏଫ୍ଏଫ୍ଆଇ) ସହଯୋଗରେ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି (ଜେଜିୟୁ) ସର୍ବବୃହତ ମାନବ ଜାତୀୟ ପତାକା ତିଆରି କରି ଗିନିଜ୍ ବିଶ୍ବ ରେକର୍ଡ ସ୍ଥାପନ କରିଛି। ଏହି କାର୍ଯ୍ୟକ୍ରମରେ ଜେଜିୟୁର ୭୩୬୮ ଜଣ ଛାତ୍ରଛାତ୍ରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଗିନିଜ୍ ୱାର୍ଲଡ୍‌ ରେକର୍ଡର ବିଚାରକ ଋଷି ନାଥ କହିଛନ୍ତି ଯେ ୭୩୬୮ ଜଣ ଉତ୍ସାହୀ ଅଂଶଗ୍ରହଣକାରୀଙ୍କ ସହ ସର୍ବବୃହତ ମାନବ ଜାତୀୟ ପତାକା ରେକର୍ଡ କରିଛି। ଏହି ନୂତନ ରେକର୍ଡକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡରେ ସାମିଲ କରାଯିବ। ଏହି ଅବସରରେ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିର ପ୍ରତିଷ୍ଠାତା କୁଳପତି ତଥା ଫ୍ଲାଗ୍‌ ଫାଉଣ୍ଡେସନର ସଭାପତି ନବୀନ ଜିନ୍ଦଲ କହିଛନ୍ତି ଯେ ଉଡୁଥିବା ଜାତୀୟ ପତାକା ଆକୃତିର ଏକ ମାନବ ଚିତ୍ର ତିଆରି କରି ସଫଳତାର ସହ ଏକ ନୂତନ ଗିନିଜ୍ ବିଶ୍ବ ରେକର୍ଡ ସୃଷ୍ଟି କରିଥିବାରୁ ମୁଁ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ଏବଂ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିକୁ ଅଭିନନ୍ଦନ ଜଣାଉଛି। ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା କୁଳପତି ପ୍ରଫେସର ଡ. ସି ରାଜ କୁମାର କହିଛନ୍ତି ଯେ ଚଳିତ ବର୍ଷ ଆମେ ବିଶ୍ୱବିଦ୍ୟାଳୟର ୧୫ତମ ବାର୍ଷିକୀ ପାଳନ କରୁଛୁ। ଉଡୁଥିବା ଜାତୀୟ ପତାକା ଆକୃତିର ସର୍ବବୃହତ୍‌ ମାନବ ଚିତ୍ର ପାଇଁ ଗିନିଜ୍ ବିଶ୍ବ ରେକର୍ଡ ପ୍ରତିଷ୍ଠା ଏକ ଉଲ୍ଲେଖନୀୟ ଘଟଣା। ଶିକ୍ଷା ମାଧ୍ୟମରେ ଏକ ସୁଦୃଢ଼ ଭାରତ ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ଗିନିଜ୍ ବିଶ୍ବ ରେକର୍ଡର ଏହି ମାନ୍ୟତ ଅଧିକ ଦୃଢ଼ କରୁଛି ବୋଲି ସେ କହିଛନ୍ତି।