ଭୁବନେଶ୍ବର: ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ପାଇଁ ଆଜି ଗୁଜରାଟର ଅହମ୍ମଦାବାଦ ସହରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ସଂଘ ଫିକି ସହଯୋଗରେ ଏକ ନିବେଶକ ସମ୍ମିଳନୀ ଆୟୋଜନ କରାଯାଇଛି। ସେଥିରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓଁକାର ରାଏ, ଶିଳ୍ପ ନିର୍ଦେଶକ ସାଦିକ୍ ଆଲମ୍, ଫିକି ଗୁଜରାଟ ରାଜ୍ୟ ପରିଷଦର ଅଧ୍ୟକ୍ଷା ଗୀତା ଗୋରାଡିଆ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ଗୁଜରାଟର ବିଭିନ୍ନ ଶିଳ୍ପ ସଂସ୍ଥାର ୧୫୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ତୃତୀୟ ସଂସ୍କରଣରେ ଅଂଶଗ୍ରହଣ କରିବା ଲାଗି ନିବେଶକମାନଙ୍କୁ ଶିଳ୍ପ ମନ୍ତ୍ରୀ ଶ୍ରୀ ଦେବ ଆମନ୍ତ୍ରଣ କରିଛନ୍ତି। ଏହି ଅବସରରେ ବ୍ୟବସାୟ ଓ ସରକାରଙ୍କ ମଧ୍ୟରେ ପାଞ୍ଚ ବୈଠକ ଆୟୋଜନ କରାଯାଇଥିଲା। ଫିକି, ଗୁଜରାଟ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି, ଜିଇଏସ୍ଆଇଏ, ଡାଇଷ୍ଟଫ୍ ମାନୁଫାକ୍ଚରର୍ସ ଆସୋସିଏସନ ଓ ଇଣ୍ଡିଆ ଲାମିନେଟ୍ସ ମାନୁଫାକ୍ଚରର୍ସ ଆସୋସିଏସନ୍ ସହିତ ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ବ୍ୟତୀତ ଓଡ଼ିଶା ଟିମ୍ ସେଠାକାର ୧୯ ପ୍ରମୁଖ ଶିଳ୍ପପତିଙ୍କୁ ମଧ୍ୟ ସାକ୍ଷାତ କରି ଆଲୋଚନା କରିଥିଲେ।
ମେକ୍ ଇନ୍ ଓଡ଼ିଶା ପାଇଁ ଗୁଜରାଟ ନିବେଶକଙ୍କୁ ଆମନ୍ତ୍ରଣ
/sambad/media/post_attachments/wp-content/uploads/2022/08/54654sf65fshhfsfhsfh.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)