ଏଚ୍ ୧ ଭିସା ଆବେଦନ ଶୁଳ୍କ ବଢ଼ିବ

ମୁମ୍ବାଇ: ଏଚ୍‌-୧ ବି ଭିସାର ମୂଳ ଆବେଦନ ଶୁଳ୍କ ବୃଦ୍ଧି ପାଇବ। ବର୍ତ୍ତମାନ ଏହି ଶୁଳ୍କ ୪୬୦ ଡଲାର ଥିବାବେଳେ ଆସନ୍ତା ଅକ୍ଟୋବର ପହିଲାରୁ ଏହା ୫୫୫ ଡଲାର ହେବ। ବର୍ତ୍ତମାନ ଶୁଳ୍କ ତୁଳନାରେ ଏହା ୨୧ ପ୍ରତିଶତ ଅଧିକ। ସେହିଭଳି ଏଲ୍‌-୧ ଭିସାର ମୂଳ ଆବେଦନ ଶୁଳ୍କରେ ୭୫ ପ୍ରତିଶତ ବୃଦ୍ଧି ଘଟି ୮୦୫ ଡଲାର ରହିବ। ନିଯୁକ୍ତି ପ୍ରଦାନ କରୁଥିବା କମ୍ପାନି ଗୁଡ଼ିକ ସାଧାରଣତଃ ଭିସା ବାବଦ ଶୁଳ୍କ ବହନ କରିଥାନ୍ତି। ତେଣୁ ସେମାନଙ୍କୁ ବିଦେଶୀ କର୍ମଚାରୀ ନିଯୁକ୍ତି କରିବା କିମ୍ବା ଡେପୁଟେସନରେ ପଠାଇବା ମହଙ୍ଗା ହୋଇଯିବ। ପରିସଂଖ୍ୟାନ ଅନୁଯାୟୀ ଗତ ଆର୍ଥିକ ବର୍ଷର ସେପ୍ଟେମ୍ବର ୩୦ ସୁଦ୍ଧା ଜାରି ହୋଇଥିବା ୩.୮୮ ଲକ୍ଷ ଏଚ-୧ ବି ଭିସା ମଧ୍ୟରୁ ପ୍ରାୟ ୭୨ ପ୍ରତିଶତ ଅର୍ଥାତ୍ ୨.୭୮ ଲକ୍ଷ ଭିସା ଭାରତୀୟମାନଙ୍କୁ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର