ମନ୍ଦିର ମରାମତି ବେଳେ ମିଳିଲା ଅଧ କିଲୋ ସୁନା

ଚେନ୍ନାଇ : ତାମିଲନାଡୁର ଏକ ଗ୍ରାମ ଉଥିରାମେରୁର ଠାରେ ଥିବା ଏକ ପ୍ରାଚୀନ ଶିବ ମନ୍ଦିର ମରାମତି ବେଳେ ଗ୍ରାମବାସୀମାନେ ୫୦୦ ଗ୍ରାମ ସୁନା ପାଇଥିଲେ। ସ୍ଥାନୀୟ କର୍ତ୍ତୃପକ୍ଷ ସେହି ସବୁ ସୁନାକୁ ଜବତ କରି ଟ୍ରେଜେରିକୁ ପଠାଇ ଦେଇଛନ୍ତି। ତେବେ ସୁନା ନେବାକୁ ଆସିଥିବା ଅଧିକାରୀମାନଙ୍କୁ ଗ୍ରାମବାସୀମାନେ ଘୋର ବିରୋଧ କରିବାରୁ ସେଠାରେ ପୁଲିସ ମୂତୟନ କରିବାକୁ ପଡ଼ିଛି।

ସମ୍ବନ୍ଧିତ ଖବର