ନୂଆଦିଲ୍ଲୀ: ସମ୍ପ୍ରତି ଏକ ଅନ୍ଲାଇନ୍ ମଞ୍ଚ ଦ୍ୱାରା କରାଯାଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି, ଗତବର୍ଷ ୫୦ ପ୍ରତିଶତ ଭାରତୀୟ ବିଭିନ୍ନ ସରକାରୀ ଚାକିରି ପାଇବା ପାଇଁ ଲାଞ୍ଚ ଦେଇଥିଲେ। ଏହି ସର୍ବେକ୍ଷଣରେ ଦେଶର ୨୦୦ଟି ସହରର ଲୋକଙ୍କୁ ସାମିଲ କରାଯାଇଥିଲା।
ସର୍ବେକ୍ଷଣରୁ ରିପୋର୍ଟରୁ ଏହା ମଧ୍ୟ ଜଣାପଡ଼ିଛି ଯେ,୧୦ଜଣରୁ ୫ଜଣଙ୍କ ସରକାରୀ ସୁବିଧା ପାଇବା ପାଇଁ ଲାଞ୍ଚ ଦେଇଥିଲେ। ସେହିପରି ୧୦ରୁ ୮ଜଣ ସ୍ଥାନୀୟ ପୁଲିସ, ନଗରପାଳିକା ଅଧିକାରୀ ଓ ଜମିବାଡି ପଞ୍ଜିକରଣ କାମ ପାଇଁ ଲାଞ୍ଚ ଦେଇଛନ୍ତି ବୋଲି ସ୍ୱୀକାର କରିଛନ୍ତି।
ଏହି ସର୍ବେକ୍ଷଣରେ ଲୋକଙ୍କୁ ପଚରା ଯାଇଥିଲା କି ସେମାନେ କେତେଥର ଲାଞ୍ଚ ଦେଇଥିଲେ? ଉତ୍ତରରେ ୨୫ ପ୍ରତିଶତ ଲୋକ ଅନେକ ଥର ଲାଞ୍ଚ ଦେବା କଥା କହିଥିଲା ବେଳେ ୨୦ ପ୍ରତିଶତ ଲୋକ ଥରେ କିମ୍ବା ଦୁଇଥର ଲାଞ୍ଚ ଦେଇଥିବା କହିଥିିଲେ। ୮୪ପ୍ରତିଶତ ଲୋକ ସରକାର ଓ ପ୍ରଶାସନକୁ ନିଜର କାମ ଶୀଘ୍ର ହେବା ପାଇଁ ଲାଞ୍ଚ ଦେଇଥିବା କଥା ମାନିଥିଲେ। ସେହିପରି ୯ପ୍ରତିଶତ ଲୋକ କହିଥିଲେ ସେମାନେ ଘରୋଇ ପାଣ୍ଠି, ଆୟକର ବିଭାଗ, ସେବାକର, ରେଳବାଇ କାମ ଓ ଟେଣ୍ଡର୍ସ କାମ ପାଇଁ ଲାଞ୍ଚ ଦେଇଥିଲେ।
ଏକ ତୃତୀୟାଂଶ ଲୋକ କହିଥିଲେ କି ଅନେକ ଥର ସେମାନେ ଲାଞ୍ଚ ଦେବା କଥା ଭାବିଥିଲେ କାରଣ ତାଙ୍କ କାମ ଶୀଘ୍ର ହେଉଯାଉ ବୋଲି। ୨୦ପ୍ରତିଶତ ଲୋକ ଲାଞ୍ଚ ଦେଇ ନଥିବା କଥା କହିଥିଲେ। ଯେଉଁଥିପାଇଁ ସେମାନଙ୍କ କାମ ହେବା ପାଇଁ ବହୁ ବିଳମ୍ବ ହୋଇଥିଲା।
୪୨ପ୍ରତିଶତ ଲୋକଙ୍କ କହିବାନୁସାରେ, ଦେଶରେ ଭ୍ରଷ୍ଟାଚାରକୁ ରୋକିବା ପାଇଁ ବିଭିନ୍ନ ଉପାୟ କରାଯାଉଛି, ହେଲେ ସେ ସବୁ ବିଫଳ ହେଉଛି।