ସୁନା ଗହଣା ପାଇଁ ହଲ୍‌ମାର୍କ ବାଧ୍ୟତାମୂଳକ ହେବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସମସ୍ତ ପ୍ରକାର ସୁନା ଗହଣା ପାଇଁ କ୍ୟାରେଟ୍‌ ପରିମାଣ ସହିତ ହଲମାର୍କକୁ ବାଧ୍ୟତାମୂଳକ କରିବା ଯୋଜନା ପ୍ରସ୍ତୁତ କରିଛନ୍ତି। ଆସନ୍ତା ଜାନୁଆରିଠାରୁ ଏହି ନୂଆ ନିୟମ ଲାଗୁ କରିବା ଉପରେ ବିଚାର କରାଯାଉଛି। ଏ ବିଷୟରେ ସୂଚନା ଦେଇ ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶଓ୍ଵାନ କହିଛନ୍ତି ଯେ ଏବେ ଲୋକମାନେ କିଣୁଥିବା ସୁନାର ମାନ ବିଷୟରେ ସଠିକ୍‌ ସୂଚନା ପାଉନାହାନ୍ତି। ଆମେ ସୁନା ଗହଣା ପାଇଁ ହଲମାର୍କକୁ ବାଧ୍ୟତାମୂଳକ କରିବାକୁ ଯାଉଛୁ। ଜାନୁଆରି ସୁଦ୍ଧା ଏହି ନିୟମ ଲାଗୁ କରାଯିବ ବୋଲି ଭାରତୀୟ ମାନବ ବ୍ୟୁରୋ (ବିଆଇଏସ୍‌) ପକ୍ଷରୁ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପାଶଓ୍ଵାନ ଏହା କହିଛନ୍ତି। ବର୍ତ୍ତମାନ କେତେକ ଗହଣାରେ ହଲମାର୍କ ବ୍ୟବହାର କରଯାଉଛି। ଗ୍ରାହକମାନଙ୍କୁ ସୁନାର ମାନ ବିଷୟରେ ସୂଚନା ପ୍ରଦାନ କରିବା ପାଇଁ ତାହା ଯଥେଷ୍ଟ ନୁହେଁ। ସରକାର ୧୪, ୧୮ ଏବଂ ୨୨ କ୍ୟାରେଟର ସୁନା ପାଇଁ ହଲମାର୍କକୁ ବାଧ୍ୟତାମୂଳକ କରିବେ।

ସମ୍ବନ୍ଧିତ ଖବର