ଆସନ୍ତା ୧ ବର୍ଷ ପର୍ଯ୍ୟନ୍ତ ସୁନା ଅଳଙ୍କାରର ଦାମ କମାଇବାକୁୁ ବାଧ୍ୟ ହେବେ ବ୍ୟବସାୟୀ, କାରଣ ଜାଣନ୍ତୁ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆସନ୍ତା ୨୦୨୧ ଜାନୁୟାରୀ ୧୫ରୁ ସୁନା ଅଳଙ୍କାର ଉପରେ ହଲମାର୍କିଂକୁ ବାଧ୍ୟତାମୂଳକ କରିବାକୁ ଯାଇଛନ୍ତି । ଅର୍ଥାତ ସୁନା ଗହଣାରେ ହଲମାର୍କିଂ ନଥିଲେ ତାହାକୁ ବଜାରରେ ବିକ୍ରି କରିହେବ ନାହିଁ । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଦେଶର ସୁନା ବଜାରରେ ଏକ ବଡ଼ ପରିବର୍ତ୍ତନ ଆଣିବା ଆଶାକରାଯାଉଛି ।

ଆସନ୍ତା ୨୦୨୧ ଜାନୁୟାରୀ ୧୫ରୁ ସୁନା ଅଳଙ୍କାରରେ ହଲମାର୍କିଂ ବାଧ୍ୟତାମୂଳକ ହେବାକୁ ଥିବାବେଳେ ହାତରେ ଆଉ ମାତ୍ର ଗୋଟିଏ ବର୍ଷ ରହିଛି । ସୁନା ବ୍ୟବସାୟୀମାନେ ଏହି ଗୋଟିଏ ବର୍ଷ ହିଁ ବିନା ହଲମାର୍କିଂରେ ସୁନା ଅଳଙ୍କାର ବିକ୍ରି କରିପାରିବେ । ଏଣୁ ସେମାନେ ଗଚ୍ଛିତ ରଖିଥିବା ଅଣ-ହଲମାର୍କ ସୁନା ଅଳଙ୍କାରକୁ ଖାଲି କରିବାକୁ ଚାହିଁବେ । ଏଥିପାଇଁ ସେମାନଙ୍କ ଆଗରେ ଦୁଇଟି ଉପାୟ ଅଛି । ସେମାନେ ବିମାନ ତିଆରି ଖର୍ଚ୍ଚରେ ସୁନା ଅଲଙ୍କାର ବିକ୍ରି କରିଦେବେ । ଅଥବା ସୁନା ଅଳଙ୍କାରକୁ ତରଳାଇ ତାହାକୁ ହଲମାର୍କିଂ ସୁନାରେ ପରିବର୍ତ୍ତନ କରିବେ । ତରଳାଇଲେ ତାଙ୍କୁ ଅଧିକ କ୍ଷତିହେବାର ସମ୍ଭବନା ରହିଛି । କାରଣ ସେମାନେ ପୂର୍ବରୁ ଖର୍ଚ୍ଚକରିଥିବା ତିଆରି ଖର୍ଚ୍ଚ ହରାଇବେ ଓ ସୁନା ହଲମାର୍କିଂ ହେବା ପରେ ତାହାକୁ ପୁଣି ଥରେ ଅଳଙ୍କାର ଗଢିବେ । ଏଣୁ ସେମାନେ ବିନା ତିଆରି ଖର୍ଚ୍ଚରେ ଶସ୍ତା ଦାମରେ ଅଳଙ୍କାର ବିକ୍ରି କରିବେ । ତେବେ ଗ୍ରାହକମାନେ ଏହାଦ୍ୱାରା କେତେ ଲାଭ ପାଇବେ ତାହା ସୁନାର ଦର ଉପରେ ନିର୍ଭର କରିବ ।

ସମ୍ବନ୍ଧିତ ଖବର