ଭୁବନେଶ୍ବର: ମାରୁତି ସୁଜୁକି ଏରିନା ଡିଲରସିପ୍ ପକ୍ଷରୁ ଶୁକ୍ରବାର ୫୦ଟି ଏପିକ୍ ନିଉ ସ୍ବିଫ୍ଟ ଗ୍ରାହକମାନଙ୍କୁ ହସ୍ତାନ୍ତର କରାଯାଇଛି। ସ୍ବିପ୍ଟର ପ୍ରବଳ ଚାହିଦା ଓ ଲୋକପ୍ରିୟତାକୁ ଏହା ଦର୍ଶାଉଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଭୁବନେଶ୍ବର ଓ କଟକରେ ଥିବା ମାରୁତି ସୁଜୁକିର ଏରିନା ଡିଲରମାନେ ଏହି ଗାଡ଼ିଗୁଡ଼ିକୁ ଗ୍ରାହକଙ୍କୁ ହସ୍ତାନ୍ତର କରିଛନ୍ତି।
କମ୍ପାନି ପକ୍ଷରୁ କୁହାଯାଇଛି ଯେ ଏକସଙ୍ଗେ ୫୦ଟି ସ୍ବିପ୍ଟର ଡେଲିଭରି ଏହି ଗାଡ଼ିର ବ୍ୟାପକ ଗ୍ରହଣୀୟତାକୁ ଦର୍ଶାଉଛି ଯାହାର ୧୯ ବର୍ଷର ସଫଳ ପରମ୍ପରା ରହିଛି। ନୂଆ ଅବତାରରେ ସ୍ବିପ୍ଟର ସ୍ପୋର୍ଟି ଡିଜାଇନ୍ ସୌନ୍ଦର୍ଯ୍ୟକୁ ପସନ୍ଦ କରୁଥିବା ଗ୍ରାହକଙ୍କୁ ଆକର୍ଷିତ କରିଛି। ଏହାର ଜେଡ୍ ସିରିଜ୍ ଇଞ୍ଜିନ ଲିଟର ପିଛା ୨୫.୭୫ କିଲୋମିଟର ମାଇଲେଜ୍ ପ୍ରଦାନ କରୁଛି। ନୂଆ ଏପିକ୍ ନିଉ ସ୍ବିଫ୍ଟରେ ୬ଟି ଏୟାରବ୍ୟାଗ୍, ଇଏସ୍ପି ସହିତ ହିଲ୍ ହୋଲ୍ଡ ଆସିଷ୍ଟ ଭଳି ସୁରକ୍ଷା ବ୍ୟବସ୍ଥା ରହିଛି। ଏହାର ଏକ୍ସ ସୋ’ରୁମ୍ ଦାମ୍ ୬.୪୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/swift.jpg)