ନୂଆଦିଲ୍ଲୀ, ୪/୧୨: ହାର୍ଲି ଡେଭିଡସନ୍ ଭାରତରେ ଏହାର ନୂଆ ସ୍ପୋର୍ଟଷ୍ଟର ଏସ୍ ବାଇକ୍ ଉନ୍ମୋଚନ କରିଛି। ଏହାର ଏକ୍ସ ସୋରୁମ ମୂଲ୍ୟ ୧୫ ଲକ୍ଷ ୫୧ ହଜାର ଟଙ୍କା ରହିଛି। ଆମେରିକାର ଏହି ମୋଟରସାଇକଲ କମ୍ପାନି ପକ୍ଷରୁ ନିର୍ମିତ ସ୍ପୋର୍ଟଷ୍ଟର ଏସ୍ରେ ୧୨୫୦ସିସି କ୍ଷମତା ବିଶିଷ୍ଟ ଇଞ୍ଜିନ ଲାଗିଛି। ଏଥିରେ ଚାରିଟି ରାଇଡିଂ ମୋଡ୍ ରହିଛି। ସେଗୁଡ଼ିକ ହେଲା ରୋଡ୍, ସ୍ପୋର୍ଟ, ରେନ୍ ଏବଂ କଷ୍ଟମ। ୬-ସ୍ପିଡ୍ ଗିୟରବକକ୍ସ ଏବଂ ସ୍ଲିପର କ୍ଲଚରେ ଆସିଥିବା ଏହି ବାଇକ୍ରେ ୪ ଇଞ୍ଚ ବ୍ୟାସର ଟିଏଫଟି ସ୍କ୍ରିନ ରହିଛି। ଫଳରେ ବାଇକର ବିଭିନ୍ନ ପ୍ରକାର ସୂଚନା ଚାଳକ ଏଠାରେ ପାଇପାରିବେ। ୩ଟି ଆକର୍ଷଣୀୟ ରଙ୍ଗ ଯଥା ଭିଭିଡ ବ୍ଲାକ, ଷ୍ଟୋନ ୱାସ୍ଡ ହ୍ବାଇଟ୍ ପର୍ଲ ଏବଂ ମିଡନାଇଟ୍ କ୍ରିମସନ୍ରେ ଏହା ଉପଲବ୍ଧ ହେବ।
ହାର୍ଲି ଡେଭିଡସନ୍ ସ୍ପୋର୍ଟଷ୍ଟର ଏସ୍
/sambad/media/post_attachments/wp-content/uploads/2021/12/harley-davidson.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)