ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌସ୍ଥିତ ଏକ ପଞ୍ଚ ତାରକା ହୋଟେଲରେ ଗ୍ରାହକମାନଙ୍କୁ ଖରାପ ଖାଦ୍ୟ ପରସା ଯାଉଥିବା ନେଇ କ୍ରମାଗତ ଭାବେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ କେନ୍ଦ୍ର କରି  ଫୁଡ ସେପ୍ଟି ଆଣ୍ଡ ସ୍ଟାଣ୍ଡାଡ ଅଥୋରିଟି ଅଫ ଇଣ୍ଡିଆ (ଏଫଏସଏସଏଆଇ)  ଆକସ୍ମିକ ଭାବେ ହୋଟେଲ ଉପରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଏଫଏସଏସଏଆଇ ଅଧିକାରୀ ହୋଟେଲରୁ ବ୍ୟବହାର ତାରିଖ ଚାଲିଯାଇଥିବା ୧୬ଟି ଖାଦ୍ୟ ସାମଗ୍ରୀକୁ ଜବତ କରିଥିଲା।

Advertisment

ସୂଚନାଯୋଗ୍ୟ, ଗୋମତି ନଗରର ଏହି ୫ତାରକା ହୋଟେଲରେ ଜୋଗିନ୍ଦର ସିଂହ ନାମକ ବ୍ୟବସାୟୀ ଖାଦ୍ୟ ଖାଇଥିଲେ। ଏହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ପୀଡ଼ିତ ବ୍ୟବସାୟୀ ବିଭୁତିଖଣ୍ଡ ଥାନାରେ ଅଭିଯୋଗ କରିଥିଲେ। ଏପରି ଆଉ ଜଣେ ଗ୍ରାହକ ବି ଉକ୍ତ ହୋଟେଲର ଖାଦ୍ୟକୁ ନେଇ ଅଭିଯୋଗ କରିବା ପରେ କରି ଏଫଏସଏସଏଆଇ ଅଧିକାରୀ ଯାଞ୍ଚ ପାଇଁ ହୋଟେଲରେ ପହଞ୍ଚିଥିଲେ।

ଯାଞ୍ଚ ସମୟରେ ଅଧିକାରୀ ହୋଟେଲରୁ ବ୍ୟବହାର ତାରିଖ ଚାଲିଯାଇଥିବା ଅନେକ ଖାଦ୍ୟସାମଗ୍ରୀ ଗ୍ରାହକଙ୍କୁ ପରସ‌ା ଯାଉଥିବା ଖାଦ୍ୟରେ ବ୍ୟବହୃ୍ତ ହେଉଥିବା ଜାଣିବାକୁ ପାଇଥିଲେ। ଏହାପରେ ଅଧିକାରୀ ହୋଟେଲରୁ ୧୬ଟି ଖାଦ୍ୟ ସାମଗ୍ରୀ ଜବତ କରି ପରୀକ୍ଷା ପାଇଁ ପଠାଇ ଦେଇଛନ୍ତି।

ଏଥିସହିତ ଯାଞ୍ଚ ସମୟରେ ହୋଟେଲ ଅପରିଷ୍କାର ଥିବା ବି ଦେଖିବାକୁ ପାଇଥିଲେ। ଏସବୁକୁ ଦୃଷ୍ଟିରେ ରଖି ନିଶ୍ଚିତ ହୋଇଥିବା ସମୟ ପୂର୍ବରୁ ହୋଟେଲରେ ଥିବା ସମସ୍ତ ତ୍ରୁଟିକୁ ସୁଧାରିବା ପାଇଁ ନୋଟିସ ଜାରି କରାଯାଇଛି।

ଏଥିସହିତ ଯଦି ନିଶ୍ଚିତ ହୋଇଥିବା ଏହି ସମୟ ପୂର୍ବରୁ ତ୍ରୁଟିକୁ ସୁଧାରା ନଗଲା ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ ହୋଟେଲକୁ କଡ଼ା ଚେତାବନୀ ଦେଇଛନ୍ତି।