୩୦ରେ ଅବସର ନେବେ ଅର୍ଥ ସଚିବ

ନୂଆଦିଲ୍ଲୀ: ଅର୍ଥ ସଚିବ ହସମୁଖ ଆଧିଆ ଆସନ୍ତା ୩୦ ତାରିଖରେ ଅବସର ନେବେ। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଧିଆଙ୍କ ଇସ୍ତଫା ସମ୍ପର୍କରେ ଫେସ୍‌ବୁକ୍‌ରେ ପୋଷ୍ଟ କରିବା ସହିତ ତାଙ୍କର ଢେର୍ ପ୍ରଶଂସା କରିଛନ୍ତି। ଡ. ହସମୁଖ ଆଧିଆ ଶୀର୍ଷରେ ଜେଟଲୀ କରିଥିବା ପୋଷ୍ଟରେ ଆଧିଆଙ୍କୁ ଜଣେ ଅତି ଦକ୍ଷ, ଶୃଙ୍ଖଳିତ ଏବଂ ଦରକାରୀ ସରକାରୀ ଅଧିକାରୀ ବୋଲି ବର୍ଣ୍ଣନା କରିଛନ୍ତି। ଅବସର ପରେ ଆଧିଆଙ୍କୁ ସରକାର ଅନ୍ୟ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଚାହୁଁଥିଲେ ମଧ୍ୟ ଆଧିଆ ଏଥିପାଇଁ ରାଜିନାହାନ୍ତି। ନଭେମ୍ବର ୩୦ ପରେ ଗୋଟିଏ ଦିନ ସେ କାର୍ଯ୍ୟ କରିବାକୁ ଚାହାନ୍ତି ବୋଲି ଆଧିଆ କହିଛନ୍ତି। ଆଧ୍ୟାତ୍ମିକତା ଓ ଯୋଗ ପ୍ରତି ତାଙ୍କର ପ୍ରବଳ ଆଗ୍ରହ ଥିବାରୁ ଅବସର ପରେ ସେ ଏହି କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ୧୯୮୧ ବ୍ୟାଚ ଗୁଜରାଟ କ୍ୟାଡର ଆଇଏଏସ ୨୦୧୪ ନଭେମ୍ବରରେ ଦିଲ୍ଲୀକୁ ଆସି ଆର୍ଥିକ ସେବା ବ୍ୟାପାର ବିଭାଗର ସଚିବ ହୋଇଥିଲେ।

ସମ୍ବନ୍ଧିତ ଖବର