ଭୁବନେଶ୍ବର: ହିନ୍ଦୁସ୍ତାନ କୋକାକୋଲା ବଭେରେଜେସ୍ (ଏଚ୍ସିସିବି) ୨୫ତମ ବର୍ଷ ପୂର୍ତି ପାଳନ କରୁଥିବା ବେଳେ ଏହାର ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା ୟୁନିଟ୍ର କ୍ଷମତା ବଢ଼ାଇବା ଲାଗି ୩୦୦ କୋଟି ଟଙ୍କା ନିବେଶ କରିବା ବିଷୟରେ ଘୋଷଣା କରିଛି। ଏହି ନିବେଶ ଦ୍ବାରା ୨୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କଂପାନିର ଖୋର୍ଦ୍ଧା କାରଖାନାରେ ଜୁସ୍ ଓ ସ୍ପାର୍କଲିଂ ପାନୀୟ ଉତ୍ପାଦନ କରିବା ଲାଗି ପାଞ୍ଚଟି ମାନୁଫାକ୍ଚରିଂ ଲାଇନ୍ ରହିଛି। ସେଥିରେ କଂପାନି ୫୦୦ କୋଟି ଟଙ୍କା ନିବେଶ କରିସାରିଥିବା ବେଳେ ଆଉ ୩୦୦ କୋଟି ଟଙ୍କା ନିବେଶ କରିବାକୁ ଯାଉଛି। କାରଖାନାର ସମ୍ପ୍ରସାରଣ କରିବା ଲାଗି ଏହା ଇଡ୍କୋ ଠାରୁ ୨୦ ଏକର ଅତିରିକ୍ତ ଜମି ଆଣିଛି। ଏହି କାରଖାନାରେ ପ୍ରତ୍ୟକ୍ଷ ଭାବେ ୫୫୦ ଓ ପରୋକ୍ଷ ଭାବେ ୧୦୦୦ ଲୋକ ନିଯୁକ୍ତି ପାଇଛନ୍ତି। ୨୫ ବର୍ଷ ପୂର୍ତ୍ତି ପାଳନର ଅଂଶ ସ୍ବରୂପ କଂପାନି ସାରା ଦେଶରେ ୨୫ ଲକ୍ଷ ବୃକ୍ଷରୋପଣ କରିବ। ସେଥିରୁ ୧ ଲକ୍ଷ ଗଛ ଓଡ଼ିଶାରେ ଲଗାଇବ। କଂପାନିର ଖୋର୍ଦ୍ଧା କାରଖାନା ପରିସରରେ ୧୩ ହଜାରରୁ ଅଧିକ ଗଛ ରହିଛି। କଂପାନିର ଅଧ୍ୟକ୍ଷ ଓ ସିଇଓ ନିରଜ ଗର୍ଗ କହିଛନ୍ତି ଯେ ଓଡ଼ିଶା ରାଜ୍ୟ ପ୍ରତି ରହିଥିବା ପ୍ରତିବଦ୍ଧତାକୁ ନଜରରେ ରଖି ଆମେ ଏଠାରେ ଅତିରିକ୍ତ ୩୦୦ କୋଟି ଟଙ୍କା ନିବେଶ କରିବାକୁ ଯାଉଛୁ। କଂପାନି ଏହାର କ୍ୟାରିୟର ଡେଭେଲପ୍ମେଣ୍ଟ୍ ସେଣ୍ଟର୍ର ସମ୍ପ୍ରସାରଣ କରିବ ବୋଲି କଂପାନିର ମୁଖ୍ୟ ଯୋଗାଯୋଗ ଅଧିକାରୀ କମଲେଶ କୁମାର ଶର୍ମା କହିଛନ୍ତି।
‘ଏଚ୍ସିସିବି’ ୩୦୦ କୋଟି ନିବେଶ କରିବ
/sambad/media/post_attachments/wp-content/uploads/2022/05/HCCB.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)