ଭୁବନେଶ୍ୱରରେ ଏଚସିଏଲ୍ ଗ୍ରାଣ୍ଟ ପାନ୍ ଇଣ୍ଡିଆ ସିମ୍ପୋଜିୟମ୍

ଭୁବନେଶ୍ବର : ଏଚସିଏଲ୍ ଫାଉଣ୍ଡେସନ (ଏଚସିଏଲ୍ଏଫ୍) ପକ୍ଷରୁ ଏଚସିଏଲ୍ ଗ୍ରାଣ୍ଟ ପାନ୍ ଇଣ୍ଡିଆ ସିମ୍ପୋଜିୟମ ୨୦୨୨ ଅଷ୍ଟମ ସଂସ୍କରଣର ଶୁଭାରମ୍ଭ ଭୁବନେଶ୍ୱର ଠାରେ କରାଯାଇଛି । ଏଥିରେ ଓଡ଼ିଶାର ଏବଂ ପଡ଼ୋଶୀ ରାଜ୍ୟର ଏନଜିଓ ମାନଙ୍କୁ ସାମିଲ୍ କରାଯାଇଛି । ଏହାକୁ ଏକ୍ସଆଇଏମ୍ ୟୁନିଭରସିଟି ଠାରେ ଆୟୋଜିତ କରାଯାଇଛି ।

ଏଚସିଏଲ୍ ଫାଉଣ୍ଡେସନ ସର୍ବଦା ତୃଣମୂଳ ସ୍ତରର ବିକାଶ ଉପରେ ବିଶ୍ୱାସ କରେ । ଏଚସିଏଲ୍ ଗ୍ରାଣ୍ଟ ସିମ୍ପୋଜିୟମ ସିରିଜ୍ – ‘ଦେଶର ନିର୍ମାଣ ପାଇଁ ସିଏସ୍ଆର’ ହେଉଛି ଏହିପରି ଏକ ସୁଯୋଗ ଯାହା ସହାୟତାରେ ଦେଶ ନିର୍ମାଣ ପାଇଁ ପ୍ରକ୍ରିୟା ଗ୍ରହଣ କରିବା ସହିତ ନୂତନ ଚିନ୍ତାଧାରା ଉପରେ କାର୍ଯ୍ୟ କରାଯାଇପାରିବ ।

ଏହି ଦିବସ ବ୍ୟାପୀ କାର୍ଯ୍ୟକ୍ରମରେ ଏନଜିଓ ଓ ସିଭିଲ୍ ସୋସାଇଟି ମାନଙ୍କ ସହିତ ପ୍ୟାନେଲ୍ ଆଲୋଚନା କରାଯାଇଥିଲା ଯେଉଁଥିରେ ଫଳପ୍ରଦ ସହଭାଗୀତାର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା । ଏଥିରେ ସମୁଦାୟ ୧୦୦+ ଏନଜିଓ ଉପସ୍ଥିତ ରହି ସେମାନଙ୍କର ମତାମତ ପ୍ରଦାନ କରିଥିଲେ ଓ ୧୫୦ର ଅଧିକ ଲୋକ ଅଂଶଗ୍ରହଣ କରିଥିଲେ । ଏମାନେ ରାଜ୍ୟର ବିଭିନ୍ନ ଅଂଶରୁ ପ୍ରତିନିଧିତ୍ୱ କରିଥିଲେ । ନିଧି ପୁନ୍‌ଧିର, ଡାଇରେକ୍ଟର, ଏଚ୍‌ସିଏଲ ଫାଉଣ୍ଡେସନ, ଜଗଦାନନ୍ଦ, ମାର୍ଗଦର୍ଶକ ଏବଂ ସହ- ପ୍ରତିଷ୍ଠାତା, ସେଣ୍ଟର ଫର ୟୁଥ୍‌ ଆଣ୍ଡ ସୋସିଆଲ ଡେଭଲପମେଣ୍ଟ, ଅରବିନ୍ଦ ବେହେରା, ଅବସରପ୍ରାପ୍ତ ଆଇଏଏସ୍‌ ଏବଂ ନିରଜ କୁମାର ଆଦି ବିଶିଷ୍ଟ ବକ୍ତାଙ୍କୁ ନେଇ ଏକ ଅନ୍ତଦୃଷ୍ଟିସମ୍ପନ୍ନ ଦଳଗତ ଆଲୋଚନା ଏବଂ କଥୋପକଥନ ଅନୁଷ୍ଠିତ ହୋଇଥିଲା ।

ଶ୍ରୀମତୀ ନିଧି ପୁନ୍‌ଧିର, ଡାଇରେକ୍ଟର, ଏଚସିଏଲ ଫାଉଣ୍ଡେସନ ଏଚ୍‌ସିଏଲ ଫାଉଣ୍ଡେସନ ଏବଂ ଭାରତରେ ଏହାର ଗୋଷ୍ଠୀ ବିକାଶ ଯାତ୍ରା ସମ୍ପର୍କରେ ମୋଟାମୋଟି ଉପସ୍ଥାପନା ସହିତ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ସେ ମଧ୍ୟ ଗ୍ରାମ୍ୟ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଏନ୍‌ଜିଓଗୁଡିକୁ ସମର୍ଥନ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଏଚ୍‌ସିଏଲ ଗ୍ରାଣ୍ଟ୍‌ ସମ୍ପର୍କରେ ଆଲୋକପାତ କରିଥିଲେ ।

ସମ୍ବନ୍ଧିତ ଖବର