ମୁମ୍ବାଇ : ୨୦୨୪ ର ଦ୍ୱିତୀୟ ତ୍ରୟମାସ ଶେଷ ସୁଦ୍ଧା ଘରୋଇ କ୍ଷେତ୍ରର ଏଚଡିଏଫସି ବ୍ୟାଙ୍କର ବଜାର ମୂଲ୍ୟ ୧୭ ପ୍ରତିଶତ ବୃଦ୍ଧି ପାଇଛି । ବ୍ୟାଙ୍କର ମାର୍କେଟ୍ କ୍ୟାପ୍ ମଧ୍ୟ ୧୫୪.୪ ବିଲିୟନ ଡଲାର ଅତିକ୍ରମ କରିଛି। ଏହା ସହିତ ଏଚଡିଏଫସି ବ୍ୟାଙ୍କ ବିଶ୍ୱର ଦଶମ ବୃହତ୍ତମ ବ୍ୟାଙ୍କ ରେ ପରିଣତ ହୋଇଛି । ଏଚଡିଏଫସି ବ୍ୟତୀତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କ ବି ବିଶ୍ବର ପ୍ରମୁଖ ବ୍ୟାଙ୍କ ତାଲିକାରେ ସାମିଲ ହୋଇଛନ୍ତି ।

Advertisment

ଗ୍ଲୋବାଲ୍ ଡାଟା ର ତଥ୍ୟ ଅନୁଯାୟୀ ଏଚଡିଏଫସି, ଏସବିଆଇ ଏବଂ ଆଇସିଆଇସିଆଇ ବ୍ୟାଙ୍କ ଭାରତର ତିନୋଟି ସର୍ବାଧିକ ଋଣ ପ୍ରଦାନକାରୀ ବ୍ୟାଙ୍କ । ଜୁନ୍ ରେ ଶେଷ ହୋଇଥିବା ତ୍ରୟମାସରେ ଏହି ତିନି ବ୍ୟାଙ୍କର ମାର୍କେଟ୍ କ୍ୟାପ୍ ବୃଦ୍ଧି ପାଇଛି। ଏହି କାରଣରୁ ଏହି ତିନିଟି ବ୍ୟାଙ୍କ ବିଶ୍ୱ ମାନ୍ୟତାରେ ମଧ୍ୟ ଉନ୍ନୀତ ହୋଇଛନ୍ତି । ଏଚଡିଏଫସି ବ୍ୟାଙ୍କ ରାଙ୍କିଙ୍ଗରେ ୩ ଟି ସ୍ଥାନ ଉପରକୁ ଉଠି ୧୦ମ ସ୍ଥାନରେ ପହଞ୍ଚିଛି । ଦୃଢ଼ ତ୍ରୈମାସିକ ଫଳାଫଳ, ନିବେଶକଙ୍କ ସକାରାତ୍ମକ ମନୋଭାବ ଏବଂ ବ୍ୟାଙ୍କର ଭବିଷ୍ୟତକୁ ନେଇ ବଢୁଥିବା ଆଶାବାଦୀ କାରଣରୁ ଏହି ବୃଦ୍ଧି ଘଟିଛି ବୋଲି ବିଶ୍ୱସ୍ତରୀୟ ତଥ୍ୟରୁ ଜଣାପଡ଼ିଛି। ସେହିପରି ଆଇସିଆଇସିଆଇ ବ୍ୟାଙ୍କ ୧୮ ତମ ସ୍ଥାନରେ ଓ ଏସବିଆଇ ୨୧ତମ ସ୍ଥାନରେ ରହିଛି ।