ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କ ଶିଳ୍ପରେ ସର୍ବାଧିକ ଦରମା ପାଉଛନ୍ତି ଏଚ୍‌ଡିଏଫ୍‌ସି ବ୍ୟାଙ୍କର ସିଇଓ ଶଶିଧର ଜଗଦୀଶନ। ୨୦୨୨-୨୩ରେ ତାଙ୍କ ଦରମା ୬୨ ପ୍ରତିଶତ ବୃଦ୍ଧି ପାଇ ୧୦.୫୫ କୋଟି ଟଙ୍କା ହୋଇଛି। ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ଏଚ୍‌ଡିଫ୍‌ଏସି ବ୍ୟାଙ୍କର ଡେପୁଟି ଏମ୍‌ଡି କାଇଜାଦ ଭରୁଚା। ତାଙ୍କ ଦରମା ହେଉଛି ୧୦.୦୩ କୋଟି ଟଙ୍କା। ଆକ୍ସିସ୍ ବ୍ୟାଙ୍କର ସିଇଓ ଅମିତାଭ ଚୌଧୁରୀ ୯.୭୫ କୋଟି ଟଙ୍କା, ଆଇସିଆଇସିଆଇ ବ୍ୟାଙ୍କର ସନ୍ଦୀପ ବକ୍ସି ୯.୬୦ କୋଟି ଟଙ୍କା ଦରମା ପାଉଛନ୍ତି।