ଏଚଡିଏଫସି ଇରଗୋ ପକ୍ଷରୁ ଖରିଫ୍ ଋତୁରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ସୁବିଧା ପ୍ରଦାନ

ନୂଆଦିଲ୍ଲୀ : ଭାରତର ତୃତୀୟ ବୃହତମ ଘରୋଇ ନନ୍-ଲାଇଫ୍ ବୀମା କମ୍ପାନୀ ଏଚଡିଏଫସି ଇରଗୋ ପକ୍ଷରୁ ଖରିପ ଋତୁରେ  ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯକାରୀ ପାଇଁ ଯୋଜନା କରାଯାଇଛି । ଏହା ୨୦୧୯ରେ ଖରିଫ ଋତୁରେ ଦେଓଗଡ଼, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ନବରଙ୍ଗପୁର, ଗଞ୍ଜାମ, କଳାହାଣ୍ଡି, ପୁରୀ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କୁ ଯୋଗାଇ ଦିଆଯିବ ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମରୁଡ଼ି, ବନ୍ୟା, ଶୁଖା, ଭୂସ୍ଖଳନ, ବାତ୍ୟା, ଘୂର୍ଣ୍ଣିଝଡ଼, କୁଆପଥର ମାଡ଼, ଜଳପ୍ଲାବନ, ରୋଗ, ପୋକ ଆଦିରୁ ଚାଷୀଙ୍କ ଫସଲ ନଷ୍ଟ କ୍ଷେତ୍ରରେ ଲାଗୁ ହୋଇଥାଏ । ସେହିପରି ଫସଲ ଅମଳ କମ୍ କ୍ଷେତ୍ରରେ ଆବଶ୍ୟକ ସୂଚନା ଆଧାରରେ ଚାଷୀଙ୍କୁ କ୍ଷତିପୂରଣ ପ୍ରଧାନ କରାଯାଇଥାଏ । ଫସଲ ବୀମା ଓଡ଼ିଶା ସରକାରଙ୍କ କୃଷି ବିଭାଗ ଦ୍ୱାରା ଅନୁମୋଦିତ । ସମ୍ପୃକ୍ତ ଜିଲ୍ଲାର ଚାଷୀ ବ୍ୟାଙ୍କ ତଥା କମନ୍ ସର୍ଭିସ୍ ସେଣ୍ଟର ଏହି ବୀମା କରାଇପାରିବେ । ଏହା କୃଷି ବିଭାଗ ୱେବ ସାଇଟରେ ଉପଲବ୍ଧ ହେଉଛି । ଫସଲବୀମା କଭରର ଅନ୍ତିମ ତାରିଖ ୨୦୧୯ ଜୁଲାଇ ୩୧ ତାରିଖ ରହିଛି ।

ସମ୍ବନ୍ଧିତ ଖବର