ଋଣ ସୁଧହାର ୦.୦୫% ବୃଦ୍ଧି କଲା ଏଚଡିଏଫସି ବ୍ୟାଙ୍କ, ଇଏମଆଇ ବଢିବ

ମୁମ୍ବାଇ : ଘରୋଇ କ୍ଷେତ୍ରର ବୃହତ୍ତମ ବ୍ୟାଙ୍କ ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ନିଜର ଋଣ ସୁଧହାର ୫ ବେସିସ ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହା ଫଳରେ ବ୍ୟାଙ୍କର ଗୃହ ଋଣ ନେଇଥିବା ଗ୍ରାହକଙ୍କ ମାସିକ କିସ୍ତୀ ବା ଇଏମଆଇ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହା ପୂର୍ବରୁ ଦୁଇଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ବରୋଦା ନିଜର ଋଣ ସୁଧହାର ବୃଦ୍ଧି କରିଥଲେ ।

ବ୍ୟାଙ୍କ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ବ୍ୟାଙ୍କ ନିଜର ଗୃହ ଋଣ ଉପରେ ରିଟେଲ ପ୍ରାଇମ ଲେଣ୍ଡିଂ ରେଟ୍ ୫ ବେସେସ ପଏଣ୍ଟ ବା ୦.୦୫ ପ୍ରତିଶତ ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ହାର ଆଜି ଅର୍ଥାତ ୧ ମେ’ଠାରୁ ଲାଗୁ ହେବ । ତେବେ ବ୍ୟାଙ୍କର ନୂଆ ଋଣ ନେଉଥିବା ଗ୍ରାହକଙ୍କ ପାଇଁ ସୁଧହାର ବୃଦ୍ଧି କରାଯାଇନାହିଁ । ଏହି ଶ୍ରେଣୀର ଋଣଗ୍ରହୀତାଙ୍କ ପାଇଁ ସୁଧହାର  ୬.୭୦ରୁ ୭.୧୫ ପ୍ରତିଶତ ମଧ୍ୟରେ ରହିଛି ।

ଏପ୍ରିଲରେ ଷ୍ଟେଟ ବ୍ୟାଙ୍କ ନିଜର ବେଞ୍ଚମାର୍କ ଲେଣ୍ଡିଂ ରେଟ୍ ବୃଦ୍ଧି କରିଥିଲା । ଫଳରେ ଏହି ବ୍ୟାଙ୍କ ଋଣ ଇଏମଆଇ ବୃଦ୍ଧି ପାଇଛି ।

 

 

ସମ୍ବନ୍ଧିତ ଖବର