‘ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌’ ସହ ମିଶିଯିବ ‘ଏଚ୍‌ଡିଏଫ୍‌ସି ଲିମିଟେଡ୍‌’

ମୁମ୍ବାଇ: ଭାରତର ବୃହତ୍ତମ ଘରୋଇ ଋଣ ପ୍ରଦାନକାରୀ ‘ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌’ ଗୃହ ନିର୍ମାଣ ନିମନ୍ତେ ଋଣ ଦେଉଥିବା ‘ଏଚ୍‌ଡିଏଫ୍‌ସି ଲିମିଟେଡ୍‌’ ସହିତ ମିଶିଯିବ ବୋଲି ଆଜି ଉଭୟ କମ୍ପାନି କହିଛନ୍ତି।

ଏଥିପାଇଁ ହୋଇଥିବା ରାଜିନାମାର ଅଂଶବିଶେଷ ଭାବେ ୨୫ଟି ସେୟାର୍‌ ରଖିଥିବା ‘ଏଚ୍‌ଡିଏଫ୍‌ସି ଲିମିଟେଡ୍‌’ର ସେୟାର୍‌ହୋଲ୍‌ଡର୍‌ମାନେ ୪୨ଟି ବ୍ୟାଙ୍କ୍‌ ସେୟାର୍‌ ପାଇବେ। ସମ୍ପ୍ରତି ‘ଏଚ୍‌ଡିଏଫ୍‌ସି ଲିମିଟେଡ୍‌’ର ସେୟାର୍‌ ରଖିଥିବା ସେୟାର୍‌ଧାରୀମାନେ ‘ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌’ ସେୟାର୍‌ର ୪୧% ପାଇବେ।

ଏହାଛଡ଼ା, ‘ଏଚ୍‌ଡିଏଫ୍‌ସି ଲିମିଟେଡ୍‌’ର ସମସ୍ତ ସେୟାର୍‌ ବିଲୁପ୍ତ କରାଯାଇ ‘ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌’କୁ ପୂର୍ଣ୍ଣାଙ୍ଗ ପବ୍ଲିକ୍‌ କମ୍ପାନି କରିଦିଆଯିବ।

Image Courtesy of India TV News

‘ଏଚ୍‌ଡିଏଫ୍‌ସି ଲିମିଟେଡ୍‌’ର ଶାଖା ଓ ସହଯୋଗୀ କମ୍ପାନିଗୁଡ଼ିକ ମଧ୍ୟ ‘ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌’କୁ ଚାଲି ଆସିବ ବୋଲି ଉଭୟ କମ୍ପାନି କହିଛନ୍ତି।

ଏହି ଘୋଷଣାନାମା ପରେ ପରେ ‘ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌’ ସେୟାର୍‌ ପ୍ରାୟ ୧୦% ବଢ଼ିଯାଇଥିବା ବ‌େଳେ ‘ଏଚ୍‌ଡିଏଫ୍‌ସି ଲିମିଟେଡ୍‌’ ସେୟାର୍‌ ୧୩% ହ୍ରାସ ପାଇଛି।

ଶୁକ୍ରବାର ଦିନ ଶେଷ‌ ହୋଇଥିବା ବ୍ୟବସାୟ ଅନୁସାରେ, ‘ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌’ର ବଜାର ମୂଲ୍ୟ ୮.୩୪ ଟ୍ରିଲିୟନ୍‌ ଟଙ୍କା ଥିବା ବେଳେ ‘ଏଚ୍‌ଡିଏଫ୍‌ସି ଲିମିଟେଡ୍‌’ର ବଜାର ମୂଲ୍ୟ ଥିଲା ୪.୪୪ ଟ୍ରିଲିୟନ୍‌ ଟଙ୍କା।

ସମୀକ୍ଷକମାନେ କହୁଛନ୍ତି ଯେ, ୨୦୨୦ ନଭେମ୍ବରରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ସୁପାରିସକ୍ରମେ ଏହି ମିଶ୍ରଣ କରାଯାଇଛି।

‘ଆଶିକା ଷ୍ଟକ୍‌ ବ୍ରୋକିଙ୍ଗ୍‌’ର ରିସର୍ଚ ଆନାଲିଷ୍ଟ୍‌ ଆଶୁତୋଷ ମିଶ୍ରା କହିଛନ୍ତି, ଏହି ଦୀର୍ଘ-ପ୍ରତୀକ୍ଷିତ ସମିଶ୍ରଣ ଉଭୟ କମ୍ପାନି ପାଇଁ ଲାଭଦାୟକ ହେବ। ଗୃହ ଋଣ ଦେଉଥିବା ପ୍ରତିଦ୍ବନ୍ଦ୍ବୀ ‘ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ’ ସହିତ ମୁକାବିଲା କରିବାରେ ଏହି ମିଶ୍ରଣ ‘ଏଚ୍‌ଡିଏଫ୍‌ସି ଲିମିଟେଡ୍‌’କୁ ବିଶେଷ ଉପକୃତ କରିବ।

ସମ୍ବନ୍ଧିତ ଖବର