ଏଲନ ମସ୍କଙ୍କଠୁ ଅଲଗା ହେଲେ ଦ୍ବିତୀୟ ପତ୍ନୀ

ନୂଆଦିଲ୍ଲୀ: ‌ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କଙ୍କ ଠାରୁ ତାଙ୍କ ଦ୍ବିତୀୟ ପତ୍ନୀ ତଥା ବିଶିଷ୍ଟ ପପ୍ ମ୍ୟୁଜିକ୍ ଗାୟିକା କ୍ଲାରି ଗ୍ରିମ୍‌ସ ବାଉଚର ଅଲଗା ହୋଇଯାଇଛନ୍ତି। କିଛି ଦିନ ତଳେ ଉଭୟ ଏଲନ୍ ଓ କ୍ଲାରି ତାଙ୍କ ଦ୍ବିତୀୟ ସନ୍ତାନକୁ ସ୍ବାଗତ କରିଥିଲେ। ସରୋଗେସି ମାଧ୍ୟମରେ ଜନ୍ମ ହୋଇଥିବା ସେହି ଝିଅଟିର ମଧ୍ୟ ଅଦ୍ଭୁତ ନାମକରଣ କରାଯାଇଥିଲା। ତାହାର ନାମ ରଖାଯାଇଛି ଏକ୍ସା ଡାର୍କ ସାଇଡ୍‌ରାଏଲ୍‌। ୨୦୨୦ ମେ’ରେ ଉଭୟଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଦ୍ବିତୀୟ ଥର ପାଇଁ ମସ୍କଙ୍କ ଠାରୁ କ୍ଲାରି ଅଲଗା ହୋଇଛନ୍ତି। ୨୦୧୮ରୁ ଉଭୟ ପରସ୍କର ସହ ଡେଟିଂ ଆରମ୍ଭ କରିଥିଲେ। ସେହିବର୍ଷ ମେଟ୍‌ ଗାଲା କାର୍ଯ୍ୟକ୍ରମରେ ଏକତ୍ର ଉପସ୍ଥିତ ରହି ସେମାନେ ନିଜ ସମ୍ପର୍କକୁ ସାର୍ବଜନୀନ କରିଥିଲେ। ତିନି ବର୍ଷ ଏକତ୍ର ରହିବା ପରେ ଗତବର୍ଷ ସେପ୍ଟେମ୍ବରରେ ମସ୍କ ଜଣାଇଥିଲେ ସେ କ୍ଲାରିଙ୍କ ଠାରେୁ ସେ ପ୍ରାୟ ଅଧା ଅଲଗା ହୋଇଯାଇଛନ୍ତି। ତଥାପି ଆମ ଭିତରେ ଭଲ ପାଇବା ରହିଛି ବୋଲି ସେ କହିଛନ୍ତି। ଏଲନଙ୍କ ପ୍ରଥମେ ଲେଖିତା ଜଷ୍ଟିନ ୱିଲସନ୍‌ଙ୍କୁ ବିବାହ କରିଥିଲେ। ଏଲନଙ୍କ ପାଞ୍ଚ ସନ୍ତାନକୁ ସେ ଜନ୍ମ ଦେଇଛନ୍ତି। କିଛି ବର୍ଷ ପରେ ସେମାନଙ୍କ ବିଚ୍ଛେଦ ହୋଇଥିଲା।

ସମ୍ବନ୍ଧିତ ଖବର