ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ଡିଜିଟାଲ ମିସନ (ଏବିଡିଏମ୍)ର ଦ୍ବିତୀୟ ପର୍ଯ୍ୟାୟ ସମନ୍ବୟ ଡିଜିଲକର ସହ କରାଯାଇଛି। ଫଳରେ ଏଣିକି ଡିଜିଲକରକୁ ହେଲ୍ଥ ଲକର ଭାବେ ବ୍ୟବହାର କରାଯାଇ ପାରିବ। ଏଥିରେ ଟିକାକରଣ, ଡାକ୍ତରଙ୍କ ପ୍ରେସକ୍ରିପସନ, ହସ୍ପିଟାଲ ଡିସଚାର୍ଜ ସଂପର୍କିତ ତଥ୍ୟ ଆଦି ସ୍ବାସ୍ଥ୍ୟ ରେକର୍ଡ ରହିବା ସହିତ ତାହାକୁ ଆବଶ୍ୟକ ସମୟରେ ଆକ୍ସେସ ଓ ସେୟାର କରାଯାଇ ପାରିବ। ପୂର୍ବରୁ ଡିଜିଲକରରେ ଏବିଡିଏମ୍ର ପ୍ରଥମ ପର୍ଯ୍ୟାୟ ସମନ୍ବୟ କରାଯାଇଥିଲା। ଅର୍ଥାତ ଏଥିରେ ୧୩ କୋଟି ୟୁଜରଙ୍କ ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ (ଏବିଏଚଏ) ସୃଷ୍ଟି କରାଯାଇଥିଲା।
ଦ୍ବିତୀୟ ପର୍ଯ୍ୟାୟ ସମନ୍ବୟ ଫଳରେ ୟୁଜରମାନେ ଡିଜିଲକରକୁ ସେମାନଙ୍କ ବ୍ୟକ୍ତିଗତ ସ୍ବାସ୍ଥ୍ୟ ରେକର୍ଡ (ପିଏଚ୍ଆର୍) ଆପ୍ ଭାବେ ବ୍ୟବହାର କରିପାରିବେ। ଏଥିସହିତ ଏବିଏଚଏ ଥିବା ବ୍ୟକ୍ତିମାନେ ଏବିଡିଏମ୍ ପଞ୍ଜୀକୃତି ସ୍ବାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା ଯଥା ଡାକ୍ତରଖାନା ଓ ଲାବ୍ ଆଦିରୁ ସେମାନଙ୍କ ସ୍ବାସ୍ଥ୍ୟ ସଂପର୍କିତ ତଥ୍ୟକୁ ଡିଜିଲକର ସହିତ ଲିଙ୍କ୍ କରିବା ସହିତ ଆକ୍ସେସ କରିପାରିବେ। ବ୍ୟବହାରକାରୀମାନେ ସେମାନଙ୍କ ସ୍ବାସ୍ଥ୍ୟ ସମ୍ବଳିତ ପୁରୁଣା ତଥ୍ୟକୁ ସ୍କାନ କରି ଏହି ଆପ୍ରେ ଅପଲୋଡ କରିପାରିବେ। ପୁନଶ୍ଚ ସେମାନେ ସେମାନଙ୍କ ନିର୍ଦ୍ଦିଷ୍ଟ ରେକର୍ଡକୁ ଏବିଡିଏମ୍ ପଞ୍ଜୀକୃତ ସ୍ବାସ୍ଥ୍ୟସେବା ପ୍ରଦାନକାରୀ ପ୍ରଫେସନାଲଙ୍କ ସହିତ ସେୟାର କରିପାରିବେ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/digi-locker.jpg)