ଘରେ ରହି ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କୁ ବି ସ୍ବାସ୍ଥ୍ୟ ବୀମା ସୁବିଧା ମିଳିପାରିବ

ନୂଆଦିଲ୍ଲୀ : ଦେଶରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଥିବାବେଳେ ହସପିଟାଲଗୁଡ଼ିକରେ ଥିବା ଶଯ୍ୟାଗୁଡ଼ିକର ବ୍ୟାପକ ଅଭାବ ଦେଖାଦେଇଛି । ଏତେ ସଂଖ୍ୟକ ସଂକ୍ରମିତଙ୍କ ପାଇଁ ଡାକ୍ତରଖାନାରେ ଶଯ୍ୟା ନାହିଁ । ଫଳରେ ଗୁରୁତର ରୋଗୀମାନଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଘରେ ରହି ଚିକିତ୍ସିତ ହେବାକୁ କୁହାଯାଉଛି । ଘରେ ରହି ରୋଗୀମାନେ ଡାକ୍ତରଙ୍କ ପରାମର୍ଶ ସହ ଚିକିତ୍ସିତ ହେଉଛନ୍ତି ।

ଏ ପରିପ୍ରେକ୍ଷୀରେ ପ୍ରଶ୍ନ ଉଠୁଛି ଯେ ଘରେ ରହି ଯେଉଁ ରୋଗୀମାନେ ଚିକିତ୍ସିତ ହଉଛନ୍ତି ସେମାନେ ସ୍ବାସ୍ଥ୍ୟବୀମାର ସୁବିଧା ପାଇପାରିବେ କି ? ଏହାର ଉତ୍ତର ହେଉଛି ସେମାନଙ୍କ ପାଇଁ ସବୁ ପ୍ରକାରର ସ୍ବାସ୍ଥ୍ୟ ବୀମା ପ୍ଲାନଗୁଡ଼ିକ ଲାଗୁ ହୋଇନପାରେ । କିନ୍ତୁ ଯେଉଁମାନେ କରୋନା ପାଇଁ ସ୍ବତନ୍ତ୍ର ପ୍ଲାନ ନେଇଥିବେ ସେମାନେ ଏହାର ସୁଫଳ ପାଇପାରିବେ । ଏପରି କେତେକ ପ୍ଲାନ ହେଲା କରୋନା କବଚ, କରୋନା ରକ୍ଷକ ଇତ୍ୟାଦି ।  ଏସବୁ ପ୍ଲାନରେ ଘରେ ରହି ଚିକିତ୍ସିତ ହେଉଥିଲେ ମଧ୍ୟ କ୍ଲେମ ସେଟଲମେଣ୍ଟ ହୋଇପାରିବ ।

ଏ ସମ୍ପର୍କରେ ରିନ୍ୟୁ ବାଏର ପ୍ରତିଷ୍ଠାତା ଇନ୍ଦ୍ରନୀଳ ଚାଟାର୍ଜୀ କହିଛନ୍ତି ଯେ ପ୍ରମୁଖ ହସପିଟାଲଗୁଡ଼ିକ କରୋନା ଚିକିତ୍ସା ପାଇଁ ହୋମ ଟ୍ରିଟମେଣ୍ଟ ବା ଗୃହ ଚିକିତ୍ସା ପ୍ୟାକେଜ୍ ପ୍ରଦାନ କରୁଛନ୍ତି । ଏଣୁ ଗୁରୁତର ରୋଗୀଙ୍କ ବ୍ୟତୀତ ଅନ୍ୟ ସଂକ୍ରମିତମାନେ ସ୍ବାସ୍ଥ୍ୟବୀମାର ସୁରକ୍ଷା ପାଇପାରିବେ ।

ସମ୍ବନ୍ଧିତ ଖବର