ଭୁବନେଶ୍ବର: କରୋନାଭୂତାଣୁ ବ୍ୟାପିବା ପରେ ସ୍ବାସ୍ଥ୍ୟ ସେବା ଏବଂ ୱେଲନେସ୍ ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକ ଡିଜିଟାଲ୍ ମିଡିଆ ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଅଭିବୃଦ୍ଧିକୁ ବଜାୟ ରଖିବା ଲାଗି ଭବିଷ୍ୟତରେ ସେମାନଙ୍କୁ ଏହିଭଳି ଭାବେ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ତୁରିୟା କମ୍ୟୁନିକେସନ୍ସର ସହ ପ୍ରତିଷ୍ଠାତ୍ରୀ ସନ୍ଧ୍ୟା ସୁତୋଦିଆ କହିଛନ୍ତି। ପୂର୍ବରୁ ଡିଜିଟାଲ୍ ମିଡିଆ କେବଳ ସୂଚନା ହାସଲର ମାଧ୍ୟମ ଥିଲା। ଏବେ ବିପଣନ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା ଭଳି ଅନେକ କାର୍ଯ୍ୟ ଏହା ଜରିଆରେ ହେଉଛି। ତେଣୁ ସ୍ବାସ୍ଥ୍ୟ ସେବା ଓ ୱେଲନେସ୍ ଶିଳ୍ପକୁ ଏହି ମାଧ୍ୟମ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏକ ସର୍ଭେରୁ ଜଣାପଡ଼ିଛି ଯେ ୭୭ ରୋଗୀ ଆପଏଣ୍ଟ୍ମେଣ୍ଟ୍ ନେବା ପୂର୍ବରୁ ସର୍ଚ୍ଚ ଇଞ୍ଜିନ ବ୍ୟବହାର କରୁଛନ୍ତି। ସୋସିଆଲ ମିଡିଆ ଓ ଡିଜିଟାଲ୍ ମିଡିଆରେ ଜାରି ହେଉଥିବା ସ୍ବାସ୍ଥ୍ୟ ସୂଚନା ଉପରେ ୯୦% ଯୁବବର୍ଗ ନିର୍ଭରଶୀଳ। ୯୪% ରୋଗୀ ଅନଲାଇନ୍ ରିଭ୍ୟୁ ପଢ଼ନ୍ତି। ୮୪% ରୋଗୀ ସେହି ରିଭ୍ୟୁ ଉପରେ ବିଶ୍ବାସ କରନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ମୋବାଇଲ୍ ଫୋନ୍ ଜରିଆରେ ୬୫% ରୋଗୀ ସ୍ବାସ୍ଥ୍ୟ ସେବା ଓ ୱେଲନେସ୍ ସୁବିଧା ହାସଲ କରିବେ ବୋଲି ଆକଳନ କରାଯାଇଛି। ଡିଜିଟାଲ୍ ମିଡିଆରେ ଆଗରେ ରହିବାକୁ ହେଲେ କଂପାନିଗୁଡ଼ିକୁ ଅନଲାଇନ୍ ଭାବମୂର୍ତି ପରିଚାଳନା କରିବାକୁ ପଡ଼ିବ। ନିଉଜଲେଟର ଓ ଇ-ମେଲର୍ ପ୍ରତି ଧ୍ୟାନ ଦେବାକୁ ହେବ। ସର୍ଚ୍ଚ ଇଞ୍ଜିନ ଅପ୍ଟିମାଇଜେସନ, ସର୍ଚ ଇଂଜିନ ମାର୍କେଟିଂ ଓ ସୋସିଆଲ ମିଡିଆ ମାର୍କେଟିଂ ଉପରେ ସଂସ୍ଥାଗୁଡ଼ିକୁ ଗୁରୁତ୍ବ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।
ଡିଜିଟାଲ୍ ମିଡିଆରେ ସ୍ବାସ୍ଥ୍ୟସେବା, ୱେଲ୍ନେସ୍ ଶିଳ୍ପର ଭବିଷ୍ୟତ
/sambad/media/post_attachments/wp-content/uploads/2020/04/657fgjh98d7j98dgjjjjjjjjjjjjjjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)