ସ୍ବାସ୍ଥ୍ୟ, ଗାଡ଼ି ବୀମା ପଲିସି ନବୀକରଣ ଅବଧି ବଢ଼ିଲା

ନୂଆଦିଲ୍ଲୀ: ଲକ୍‌ଡାଉନ୍ ପ୍ରଭାବରୁ ସ୍ବାସ୍ଥ୍ୟ ବୀମା କିମ୍ବା ଗାଡ଼ି ବୀମା ପଲିସିର ନବୀକରଣ କରିପାରିନଥିବା ଗ୍ରାହକମାନଙ୍କୁ ଆଶ୍ବସ୍ତି ମିଳିଛି। ଏହି ବୀମାଗୁଡ଼ିକର ନବୀକରଣ ଆସନ୍ତା ମେ’ ୧୫ ମଧ୍ୟରେ କରାଯାଇପାରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। କରୋନା ଭୂତାଣୁ ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ଯୋଗୁଁ ଅନେକ ବୀମା ଗ୍ରାହକ ସେମାନଙ୍କ ପଲିସି ନବୀକରଣକୁ ନେଇ ସମସ୍ୟା ସାମ୍ନା କରୁଛନ୍ତି। ସେମାନଙ୍କ ସମସ୍ୟାର ସମାଧାନ କରିବା ଲାଗି କେନ୍ଦ୍ର ସରକାର ଏଭଳି ପଦକ୍ଷେପ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଟ୍ବିଟର୍‌ ଜରିଆରେ ଅବଗତ କରିଛନ୍ତି ଯେ, ପଲିସିଧାରୀମାନେ ମେ’ ୧୫ ଦିନ କିମ୍ବା ତା’ ପୂର୍ବରୁ ପଲିସିର ନବୀକରଣ କରିପାରିବେ। ଦେଶରେ ଆସନ୍ତା ମେ’ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର