ଭୁବନେଶ୍ବର: ଦେଶର ପ୍ରଥମ ଇଣ୍ଟରନେଟ୍ କାର୍ ‘ହେକ୍ଟର’କୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉନ୍ମୋଚନ କରାଯାଇଛି। ବ୍ରିଟେନ୍ର କଂପାନି ମୋରିସ୍ ଗ୍ୟାରେଜ୍ର ଭାରତୀୟ ସହଯୋଗୀ ସଂସ୍ଥା ଏମ୍ଜି ମୋଟର ତରଫରୁ ଏହାକୁ ଉନ୍ମୋଚନ କରାଯାଇଛି। ଏହାକୁ ଢେଙ୍କାନାଳ ବିଧାୟକ ସୁଧୀର ସାମଲ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଅନୁଗୁଳର ସାମଲ କେୟାରର ଡକ୍ଟର କୁମାର ଗୌରବ ସାମଲ, ଭୁବନେଶ୍ବରର ଏମ୍ପ୍ରେଓ ହ୍ବିଲସ୍ର ନିର୍ଦେଶକ ଗଙ୍ଗାଧର ସାମଲ, ମୋରିସ୍ ଗ୍ୟାରେଜ୍ର ଆଞ୍ଚଳିକ ବ୍ୟବସାୟ ପ୍ରବନ୍ଧକ ନୁପୂର ଜୈନ ଓ ଏମ୍ପ୍ରେଓ ହ୍ବିଲ୍ର ପରିଚାଳନା ନିର୍ଦେଶକ ଅବିନାଶ ସାମଲ ଉପସ୍ଥିତ ଥିଲେ। ଏମ୍ଜି ମୋଟର ପାହାଳ ଠାରେ ଏକ ସୋ’ରୁମ୍ ନିର୍ମାଣ କରୁଛି। ଆଗାମୀ ୧୫ ଦିନ ଭିତରେ ତାହାକୁ ଉଦ୍ଘାଟନ କରାଯିବ। ସେହିଠାରେ ହେକ୍ଟର ବିକ୍ରି କରାଯିବା ସହିତ ଅନ୍ୟାନ୍ୟ ସେବା ପ୍ରଦାନ କରାଯିବ। ହେକ୍ଟର ହେଉଛି ଏକ ଇଣ୍ଟରନେଟ୍ କାର୍ ଯେଉଁଥିରେ ୫୦ରୁ ଅଧିକ କନେକ୍ଟେଡ୍ ବ୍ୟବସ୍ଥା ରହିଛି। ଏହି ହାଇବ୍ରିଡ୍ ଏସ୍ୟୁଭିରେ ୧୯ ପ୍ରକାର ସ୍ବତନ୍ତ୍ର ସୁବିଧା ରହିଛି। ଏହାର ଭିତର ପାର୍ଶ୍ବରେ ୧୦.୪ ଇଞ୍ଚ୍ର ଏକ ଏଚ୍ଡି ଟଚ୍ସ୍କ୍ରିନ୍ ରହିଥିବା ବେଳେ ୪୮ ଭୋଲ୍ଟର ଲିଥିଅମ୍ ଆୟନ ବ୍ୟାଟେରି ରହିଛି। ହେକ୍ଟରକୁ ଦେଶର ବିଭିନ୍ନ ରାସ୍ତାରେ ଏକ ଲକ୍ଷରୁ ଅଧିକ କିଲୋମିଟର ଚଲାଇ ପରୀକ୍ଷଣ କରିବା ପରେ ଉନ୍ମୋଚନ କରାଯାଇଛି। ଗୁଜରାଟର ହାଲୋଲ ଠାରେ କଂପାନି ୨୨୦୦ କୋଟି ଟଙ୍କା ବିନିଯୋଗରେ ଏକ କାରଖାନା ସ୍ଥାପନ କରିଛି। ସେଠାରେ ବର୍ଷକୁ ୮୦ ହଜାରଟି ଗାଡ଼ି ନିର୍ମାଣ କରାଯାଇପାରିବ। ସେହି କାରଖାନାରେ ହେକ୍ଟରକୁ ନିର୍ମାଣ କରାଯାଉଛି। କଂପାନି ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଦେଶରେ ୨୫୦ ଆଉଟ୍ଲେଟ୍ ଖୋଲିବାକୁ ଲକ୍ଷ୍ୟ ରଖିଛି।
ଓଡ଼ିଶାରେ ଇଣ୍ଟରନେଟ୍ କାର୍ ‘ହେକ୍ଟର’
ପାହାଳରେ ଡିଲର୍ସିପ୍ ଖୋଲିବ ଏମ୍ଜି ମୋଟର
/sambad/media/post_attachments/wp-content/uploads/2019/06/MG-HECTOR.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)