ରିଜର୍ଭ ବ୍ୟାଙ୍କ ଉପରେ ହେଲିକପ୍ଟର ଦେଖି ଲୋକେ ଆତଙ୍କିତ

ମୁମ୍ବାଇ: ଦକ୍ଷିଣ ମୁମ୍ବାଇରେ ଥିବା ୨୫ ମହଲା ବିଶିଷ୍ଟ ଭାରତୀୟ ରିଜର୍ଭ ବ୍ୟାଙ୍କ ଉପରେ ହେଲିକପ୍ଟର ଉଡ଼ିବା ଏବଂ ସେଥିରୁ ନିରାପତ୍ତା ବାହିନୀର ଯବାନମାନେ ତଳକୁ ଖସିବାର ଦୃଶ୍ୟ ଦେଖି ‌ସ୍ଥାନୀୟ ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ। ଲୋକମାନେ ତାହାର ଭିଡିଓ ସୁଟିଂ କରିବା ଆରମ୍ଭ କରିଦେଇଥିଲେ। ୨୦୦୮ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବେଳେ ନିରାପତ୍ତା ବାହିନୀର ଯବାନମାନଙ୍କୁ ଏଭଳି ହେଲିକପ୍ଟରରୁ ଓହ୍ଲାଉଥିବାର ଦେଖିବାକୁ ମିଳିଥିଲା। ଆଜି ଲୋକମାନଙ୍କର ସେହି ଦୃଶ୍ୟ ମନେ ପଡ଼ିଯାଇଥିଲା। ରିଜର୍ଭ ବ୍ୟାଙ୍କରେ କିଛି ଅଘଟଣ ଘଟିଛି ବୋଲି ସେମାନେ ଭାବୁଥିଲେ। ମାତ୍ର ତାହା ଥିଲା ସୁରକ୍ଷା ଅଭ୍ୟାସର ଏକ ଅଂଶ। ରିଜର୍ଭ ବ୍ୟାଙ୍କକୁ ଯଦି କେହି ନିଜ କବ୍‌ଜାକୁ ନେଇଯାଏ, ‌ସେଭଳି ପରିସ୍ଥିତିରେ ସେଠା‌ରେ କାମ କରୁଥିବା ଲୋକମାନଙ୍କୁ କିଭଳି ବାହାର କରାଯିବ ତାହାର ଅଭ୍ୟାସ କରାଯାଇଥିଲା। ରିଜର୍ଭ ବ୍ୟାଙ୍କ କୋଠାରେ ନିୟମିତ ବ୍ୟବଧାନରେ ବିଭିନ୍ନ ପ୍ରକାର ସୁରକ୍ଷା ଅଭ୍ୟାସ ଆୟୋଜନ କରାଯାଇଥାଏ। ଏଥିରେ ଅଗ୍ନିଶମ ବିଭାଗ ଠାରୁ ଆରମ୍ଭ କରି ବିଭିନ୍ନ ସଂସ୍ଥାକୁ ସାମିଲ କରାଯାଏ।

ସମ୍ବନ୍ଧିତ ଖବର