‘ହିଲିଅସ’ର ନୂଆ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର : ଟାଇଟାନ କମ୍ପାନି ଲିମିଟେଡ୍‌ ପକ୍ଷରୁ ଜନପଥର ଗୁରୁଦ୍ୱାର ନିକଟରେ ଖୋଲିଥିବା ଭାରତର ପ୍ରିମିୟମ ମଲ୍ଟି ବ୍ରାଣ୍ଡ ଘଣ୍ଟା ଷ୍ଟୋର ହିଲିଅସକୁ ମାଷ୍ଟର କ୍ୟାଣ୍ଟିନକୁ ସ୍ଥାନାନ୍ତରିତ କରାଯାଇଛି। ଆଜି ଏହି ଷ୍ଟୋରକୁ କମ୍ପାନିର ଏଭିପି ଓ ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ସୁଶ୍ରୀ ରାଜେଶ୍ୱରୀ ଶ୍ରୀନିବାସନ ଉଦ୍‌ଘାଟନ କରିଛନ୍ତି। ଏଠାରେ ୨୫ଟିରୁ ଅଧିକ ଆନ୍ତର୍ଜାତିକ ବ୍ରାଣ୍ଡର ଘଣ୍ଟା ଏବଂ ବିଭିନ୍ନ ପ୍ରକାରର ଆନ୍ତର୍ଜାତୀୟ ଉତ୍ପାଦ ଉପଲବ୍ଧ ରହିଛି। ଏହି ଷ୍ଟୋରରେ କୁଶଳୀ ପରାମର୍ଶଦାତା ଟିମ୍‌ ସହିତ ଏକ ଓ୍ଵାଚ୍‌ କେୟାର ସେଣ୍ଟର ରହିଛି। ଯେଉଁମାନେ ଏହି ଷ୍ଟୋରରୁ ଘଣ୍ଟା କ୍ରୟ କରିବେ ଏଥିରେ କିଛି ସମସ୍ୟା ଥିଲେ ସେମାନେ ଏହାକୁ ୩୦ ଦିନ ମଧ୍ୟରେ ଏକ୍ସଚେଞ୍ଜ ସୁଯୋଗ ପାଇପାରିବେ। ଏହି ଷ୍ଟୋରର ଶୁଭାରମ୍ଭ ପରିପ୍ରେକ୍ଷୀରେ ହିଲିଅସ୍‌ ପକ୍ଷରୁ ଗ୍ରାହକଙ୍କ ପାଇଁ ୫ ହଜାର ଟଙ୍କାରୁ ଅଧିକ ଟଙ୍କାର କ୍ରୟ ଉପରେ ଅଣରିହାତିଯୋଗ୍ୟ ଉତ୍ପାଦ ଉପରେ ଫ୍ଲାଟ ୧୦ ପ୍ରତିଶତର ରିହାତି ରଖାଯାଇଛି। ହିଲିଅସ୍‌ ହାଉସ୍‌ରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଟ୍ୟାଗ୍‌ ହେଉର୍‌, ଫ୍ରିଡେରିକ୍‌ କନଷ୍ଟାଣ୍ଟ, ମୋଭାଡୋ, ସିକୋ, ଗେସ୍‌, ସିଟିଜେନ, ଫଜିଲ୍‌, ସ୍କାଗେନ, କେନେଥ୍‌, କୋଲ୍‌, ପୋଲିସ୍‌, ଅନେ କ୍ଲେନ, ଗେସ୍‌ କଲେକ୍ସନ, ସ୍ୱାରଭସ୍କି, ଫିଟ୍‌ବିଟ୍‌ ପରି ଷ୍ଟାଇଲିସ୍‌ ହାତଘଣ୍ଟା ରହିଛି। ଏହା ସହିତ ଟାଇଟାନ ବ୍ରାଣ୍ଡର ଜାଇଲ୍‌ସ, ନେବୁଲା, ଅକ୍ଟେନ ଏବଂ ରାଗା ମଧ୍ୟ ଏଠାରେ ଉପଲବ୍ଧ କରାଯାଇଛି।

ସମ୍ବନ୍ଧିତ ଖବର