‘ହିଲିଅସ୍‌’ର ସପ୍ତମ ବର୍ଷ ପୂର୍ତି ପାଳନ

ଭୁବନେଶ୍ବର: ଅଗ୍ରଣୀ ହାତଘଣ୍ଟା ବ୍ରାଣ୍ଡ୍‌ ହିଲିଅସ୍‌ ପକ୍ଷରୁ ଭୁବନେଶ୍ବର ମାଷ୍ଟର୍‌ କ୍ୟାଣ୍ଟିନ୍‌ର ସ୍ଥିତ ଷ୍ଟୋରର ଏହାର ସପ୍ତମ ବର୍ଷ ପୂର୍ତି ପାଳନ କରାଯାଉଛି। ଏହି ଅବସରରେ କଂପାନି ପକ୍ଷରୁ ସବୁ ପ୍ରକାର ଅଣ ରିହାତି ଘଡ଼ି ଉପରେ ୧୦% ରିହାତି ଘୋଷଣା କରାଯାଇଛି। ଭୁବନେଶ୍ବରରେ ହିଲିଅସ୍‌ର ଷ୍ଟୋର୍‌ ମାଷ୍ଟର୍‌ କ୍ୟାଣ୍ଟିନ୍‌ର ଷ୍ଟେସନ୍‌ ସ୍କୋୟାରରେ ରହିଛି। ଆଜି ଆୟୋଜନ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କଂପାନି ପକ୍ଷରୁ କୁହାଯାଇଛି ଯେ, ବିଗତ ସାତ ବର୍ଷ ଭିତରେ କଂପାନି ୬୦୦୦ରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରିଛି। ହିଲିଅସ୍‌ ଷ୍ଟୋର୍‌ରେ ୨୦୦୦ରୁ ଅଧିକ ବ୍ରାଣ୍ଡ୍‌ର ଉତ୍ପାଦ ରହିଛି। ଷ୍ଟୋର୍‌ରେ ମୋଭାଡୋ, ଫ୍ରିଡେରିକ୍ କନଷ୍ଟାଣ୍ଟ୍‌, ସିକୋ, ଜିସି, ଭିକ୍ଟ୍ରୋଇନକ୍ସ, ଗେସ୍‌, ଏମ୍ପେରିଓ ଅର୍‌ମାନି, ଟମି ହିଲ୍‌ଫିଗର୍‌, ପୋଲିସ୍‌, ଫସିଲ୍‌, ଡାନିଏଲ୍‌ ୱେଲିଂଟନ୍, ଫିଟ୍‌ବିଟ୍, ଗ୍ରାମିନ୍‌ ଓ ଫସିଲ୍‌ ଜେନ୍‌-୪ ବିକ୍ରି କରାଯାଉଛି। କଂପାନି ପକ୍ଷରୁ ବିକ୍ରି ପରବର୍ତି ସେବା ସହିତ ଇଏମ୍‌ଆଇ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର