ଦୁଗ୍ଧ ଚାଷୀଙ୍କୁ ସହଯୋଗ ପ୍ରଦାନ କରିବ ‘ଡେରିକାର୍ଟ’

ଭୁବନେଶ୍ୱର:ରାଜ୍ୟର ଦୁଗ୍ଧଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ଉପକରଣ ଯୋଗାଇ ଦେବାକୁ ଆଗେଇ ଆସିଛି ଭୁବନେଶ୍ୱରର ଡେରିକାର୍ଟ ଏଗ୍ରୋ ପ୍ରାଇଭେଟ ଲିମିଟେଡ ନାମକ ଏକ କଂପାନି। ନିକଟରେ ବରମୁଣ୍ଡାଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କୃଷି ମହୋତ୍ସବ ୨୦୧୮ରେ କଂପାନି ପକ୍ଷରୁ ଏକ ଷ୍ଟଲ୍‌ ଖୋଲାଯାଇ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ କଂପାନିର ସହ ପ୍ରତିଷ୍ଠାତା କଲ୍ଲୋଳକୃଷ୍ଣ ନାୟକ ଓ ଅନନ୍ତ ବାସୁଦେବ କୁହନ୍ତି, ଆମ କଂପାନିର େଓ୍ଵବସାଇଟ୍‌ www.dairykart.com ମାଧ୍ୟମରେ ରାଜ୍ୟର ଦୁଗ୍‌ଧ ଚାଷୀମାନେ ଘରେ ବସି ଅନ୍‌ଲାଇନ୍‌ରେ ବିଦେଶରୁ ବିଭିନ୍ନ ଅତ୍ୟାଧୁନିକ ଉପକରଣ ସମେତ ପରାମର୍ଶ ସୁବିଧା ପାଇପାରିବେ। ଏହି ସାମଗ୍ରୀ ଗୁଡ଼ିକ ମଧ୍ୟରେ ଖିର ଦୁହାଁ ମେସିନ୍‌, ଉନ୍ନତ ମାନର ଜିନ୍‌ରୁ ପ୍ରସ୍ତୁତ ସିମେନ୍‌, ସାଇଲେଜ୍‌ (ମକାଜାତୀୟ ଗଛରୁ ପ୍ରସ୍ତୁତ ଖାଦ୍ୟ ଯାହାକି ୧୮ ମାସ ପର୍ଯ୍ୟନ୍ତ ସାଇତି ରଖାଯାଇ ପାରିବ), ବହୁରାଷ୍ଟ୍ରୀୟ କଂପାନିଙ୍କ ଦ୍ୱାରା ପ୍ରସ୍ତୁତ ଭିଟାମିନ୍‌ ଓ ମିନେରାଲ ଯୁକ୍ତ ଗୋଖାଦ୍ୟ ଆଦି ରହିଛି। କ୍ଷୁଦ୍ର ଚାଷୀମାନଙ୍କ ପାଇଁ ମାଗଣାରେ ପରାମର୍ଶ ସୁବିଧା ଯୋଗାଇ ଦେଉଛି। ଦୁଗ୍ଧଚାଷୀମାନେ ଆମ କଂପାନି ମାଧ୍ୟମରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରି ପାରିବା ସହିତ ଅଧିକ ଉପାର୍ଜନ କରିବାକୁ ସକ୍ଷମ ହୋଇପାରିବେ। ଆଜିର ଡିଜିଟାଲ ଯୁଗରେ ଗ୍ରାହକଙ୍କୁ ଅନ୍‌ଲାଇନ୍‌ରେ ଡେରି ଫାର୍ମ ସଂକ୍ରାନ୍ତ ସମସ୍ତ ସୂଚନା ଯୋଗାଇ ଦେବା ଆମ କଂପାନିର ମୂଳ ଲକ୍ଷ୍ୟ ବୋଲି ଶ୍ରୀ ନାୟକ କୁହନ୍ତି। ଏହି େଓ୍ଵବସାଇଟ୍‌ ମାଧ୍ୟମରେ ଗ୍ରାହକମାନେ ଅତ୍ୟାଧୁନିକ ଯନ୍ତ୍ରପାତି ସହିତ ଗୋଖାଦ୍ୟ ଓ ଡେରିଫାର୍ମ ସହ ଜଡିତ ବିଭିନ୍ନ ସାମଗ୍ରୀ ଦେଶ ବିଦେଶରୁ କିଣିବା ସୁଯୋଗ ପାଇପାରିବେ ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର