ଆପଣଙ୍କ ଆଧାରକୁ କିଏ ଅପବ୍ୟବହାର କରୁଛି ବୋଲି କେମିତି ଜାଣିବେ?

ନୂଆଦିଲ୍ଳୀ: ଆପଣ ଜାଣନ୍ତି କି ଆପଣଙ୍କ ଆଧାରକୁ କିଏ ଅପବ୍ୟବହାର କରୁଛି ସେ ସଂପର୍କରେ କିପରି ଜାଣିବେ? ଆପଣଙ୍କ ଆଧାରକୁ ଅନ୍ୟ କେହି କେଉଁଠାରେ ବ୍ୟବହାର କରୁଛନ୍ତି ତାହାକୁ ଜାଣିବାର କ୍ଷମତା ଆଧାରକାର୍ଡ ସଂପର୍କିତ ସମସ୍ତ ଅସୁବିଧାକୁ ସମାଧାନ କରୁଥିବା ୟୁନିକ୍‌ ଆଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ) ନିକଟରେ ରହିଛି।

୧. ଆଧାର ଅଥେଣ୍ଟିକେସନ୍‌ ହିଷ୍ଟ୍ରି ପେଜ୍‌ https://resident.uidai.gov.in/notification-aadhaarକୁ ଯାଆନ୍ତୁ।

୨. ସେଠାରେ ଆଧାର ନମ୍ବର ଏବଂ ସିକ୍ୟୁରିଟି କୋର୍ଡ ଦିଅନ୍ତୁ।

୩. ଜେନେରେଟ୍‌ ଓଟିପିରେ କ୍ଲିକ୍‌ କରନ୍ତୁ।

୪. ଆପଣଙ୍କ ଫୋନ୍‌ ନମ୍ବରକୁ ଏକ ଓଟିପି ଆସିବ। ନିଶ୍ଚିତ ହୁଅନ୍ତୁ ଯେ ଆପଣ ୟୁଆଇଡିଏଆଇରେ ଆପଣଙ୍କର ଯେଉଁ ନମ୍ବର ଦେଇଥିବେ ଓଟିପି କେବଳ ସେଠାକୁ ହିଁ ଆସିବ।

୫. ଆପଣଙ୍କୁ ସେଠାରେ ପିରିୟଡ୍‌ ଅଫ୍‌ ଇନ୍‌ଫର୍ମେସନ୍‌ ଏବଂ ନମ୍ବର ଅଫ୍‌ ଟ୍ରାନ୍‌ଜାକ୍ସନ ନାମରେ ୨ଟି ବିକଳ୍ପ ଦୃଶ୍ୟମାନ ହେବ। ସେଠାରୁ ଗୋଟାଏ ଚୟନ କରି ନିଜର ଓଟିପି ଦେଇ ସବ୍‌ମିଟ୍‌ରେ କ୍ଲିକ୍‌ କରନ୍ତୁ।

୬. ଶେଷରେ ଆପଣ ସେଠାରେ ଆଧାର ସଂପର୍କିତ ସମସ୍ତ ସୂଚନା ପାଇପାରିବେ। ଆପଣ ଚାହିଁଲେ ସେଠାରେ ଆପଣ ଆପଣଙ୍କ ଆଧାରକୁ ଲକ୍‌ ମଧ୍ୟ କରିପାରନ୍ତି।

ସମ୍ବନ୍ଧିତ ଖବର