ନୂଆ ପ୍ରମିୟମ ବାଇକ ଏକ୍ସ ପଲସ୍‌-୨୦୦-ଟି ସଂପର୍କରେ ଘୋଷଣା କଲା ହିରୋ, ଆସନ୍ତା ବର୍ଷ ବଜାରକୁ ଆସିବ

ନୂଆଦିଲ୍ଲୀ : ହିରୋ ମୋଟୋ କର୍ପ ଲିଃ. ପକ୍ଷରୁ ପ୍ରିମିୟମ୍‌ ସେଗମେଣ୍ଟରେ କାରବାର ବୃଦ୍ଧି ନିମନ୍ତେ ଅଲ୍‌ ନିୟୁ ଏକ୍ସ ପଲସ୍‌-୨୦୦-ଟିର ବଜାର ପ୍ରବେଶ କରାଯାଇଛି। ଏହା ଇଟାଲୀର ମିଲାନଠାରେ ମୋଟର ସାଇକେଲ ଶୋ’ରେ ପ୍ରଦର୍ଶିତ ହୋଇଥିଲା।

ଏକ୍ସ ପଲସ୍‌-୨୦୦-ଟିରେ ଅତ୍ୟାଧୁନିକ ଜ୍ଞାନକଶଳର ଉପଯୋଗ କରାଯାଇଛି। ଏଥିରେ ଏବିଏସ୍‌, ଏଲଇଡି ହେଡ୍‌ ଏବଂ ଟେଲ୍‌ ଲ୍ୟାମ୍ପ୍‌, ଡିଜିଟାଲ ସ୍ପିଡୋ ମିଟର, ବ୍ଲୁଟୁଥ୍‌ କନେକ୍ଟିଭିଟି, ଟର୍ଣ୍ଣ-ବାଇ-ଟର୍ଣ୍ଣ ନାଭିଗେସନ୍‌ ଆଦି ବୈଶିଷ୍ଟ୍ୟ ରହିଛି। ଏକ୍ସ ପଲସ୍‌-୨୦୦-ଟିରେ କେଫ୍‌ ରେସର କନସେପ୍ଟକୁ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ଫ୍ଲାଟ୍‌ ଟ୍ରାକ୍‌ କନସେପ୍ଟକୁ ଗୁରୁତ୍ୱ ଦିଆଯାଇଛି। ଏହା ଯୁବବର୍ଗଙ୍କୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି ।

ଏକ୍ସ ପଲସ୍‌-୨୦୦-ଟି ଏକ୍ସ ପଲସ୍‌-୨୦୦ର ପରିବର୍ଦ୍ଧିତ ନୂତନ ରୁପ। ଏହି ଯାନ ଦୁଇଟି ଆସନ୍ତା ବର୍ଷ ପ୍ରାରମ୍ଭରେ ବଜାରକୁ ଆସିବାର ସମ୍ଭାବନା ରହିଛି। ଏହା ପୂର୍ବରୁ କମ୍ପାନୀ ଏକ୍ସିଟ୍ରିମ୍‌-୨୦୦-ଆର୍‌ର ବଜାର ପ୍ରବେଶ କରିଥିଲା। ହିରୋ ମୋଟୋକର୍ପ ପକ୍ଷରୁ ଇତିମଧ୍ୟରେ ୧୨୫ ସିସି ସ୍କୁଟର ଡୁଏଟ୍‌, ଡେଷ୍ଟିନ୍‌-୧୨୫ ଏବଂ ମାଷ୍ଟ୍ରୋ ଏଜ୍‌-୧୨୫ର ବଜାର ପ୍ରବେଶ କରାଯାଇସାରିଛି। ଏସବୁ ଯାନ ୟୁରୋ-୪ ଇମିସନ୍‌ ଯୋଗ୍ୟତା ପୂରଣ କରୁଛନ୍ତି ।

ଏହି ଅବସରରେ ହିରୋ ମୋଟୋ କର୍ପ ଲିଃ.ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟକାଯର୍‌ୟ ନିର୍ବାହୀ ଅଧିକାରୀ ପୱନ ମୁଞ୍ଜଲ କହିଛନ୍ତି ଯେ ଆମେ ଯୋଜନାବଦ୍ଧ ଭାବରେ କାଯର୍‌ୟକରି ଉପଯକ୍ତ ସଫଳତା ଲାଭ କରିଥିବାବେଳେ ଆବଶ୍ୟକ ଉତ୍ପାଦନ ଲକ୍ଷ୍ୟ ପୂରଣ କରିବାକୁ ସକ୍ଷମ ହୋଇଛୁ। ଏହି ଅନନ୍ୟ ବିଶ୍ୱସ୍ତରୀୟ ଉତ୍ପାଦ ପ୍ରସ୍ତୁତ କରି ବିଶ୍ୱବ୍ୟାପି ଆମର ସ୍ଥିତି ସୁଦୃଢ଼ କରିବାର ଲକ୍ଷ୍ୟ ରଖିଛୁ। ଆମର ନୂତନ ଉତ୍ପାଦ ଉଭୟ ଘରୋଇ କ୍ଷେତ୍ର ତଥା ବିଶ୍ୱସ୍ତରୀୟ ଗ୍ରାହକଙ୍କୁ ଆକୃଷ୍ଟ କରିବାର ବିଶେଷ ସମ୍ଭାବନା ରହିଛି।‘

ସମ୍ବନ୍ଧିତ ଖବର