ଭୁବନେଶ୍ବର: ହିରୋ ମୋଟୋକର୍ପ ପକ୍ଷରୁ ଦେଶବ୍ୟାପୀ ହିରୋ ଡାର୍ଟ ବାଇକିଂ ଚ୍ୟାଲେଞ୍ଜ (ଏଚ୍ଡିବିସି) ନାମରେ ଏକ ବାଇକିଂ ପ୍ରତିଯୋଗିତା ଆୟୋଜନ କରାଯାଇଛି। ନୂଆ ବାଇକ ରାଇଡର, ବାଇକପ୍ରେମୀ ଯେଉଁମାନେ କି ଅଫ୍ ରୋଡ୍ ରେସିଂରେ ଆଗ୍ରହ ରଖିଛନ୍ତି ସେମାନଙ୍କ ପାଇଁ ଏହା ନୂଆ ପରିଚୟ ସୃଷ୍ଟିର ଏକ ସୁଯୋଗ ଆଣିଛି। ଦେଶର ଶ୍ରେଷ୍ଠ ସୌଖୀନ ଅଫ-ରୋଡ୍ ରାଇଡରମାନଙ୍କୁ ବାଛିବା ପାଇଁ ଏହି କାର୍ଯ୍ୟକ୍ରମ ହେବ। ଜଣେ ବିଜେତାଙ୍କ ସହିତ ଦୁଇଜଣ ରନର୍ସ ଅପ୍ଙ୍କୁ ପୁରସ୍କୃତ କରାଯିବ। ବିଜେତା ଏକ୍ସପଲ୍ସ ୨୦୦ ୪ଭି ଗାଡ଼ି ସହିତ ୨୦ ଲକ୍ଷ ଟଙ୍କାର ସ୍ପନସରସିପ୍ ଚୁକ୍ତି ମଧ୍ୟ ହାସଲ କରିବେ। ଦେଶରେ ଅଫ ରୋଡ୍ ରାଇଡିଂ ସଂସ୍କୃତିକୁ ଏହା ପ୍ରୋତ୍ସାହିତ କରିବ ବୋଲି ହିରୋ ମୋଟୋକର୍ପର ଚିଫ୍ ଗ୍ରୋଥ୍ ଅଫିସର ରଞ୍ଜିବଜିତ୍ ସିଂହ କହିଛନ୍ତି।
ଏଚଡିବିସିର ପ୍ରତିଯୋଗୀମାନେ ହିରୋ ମୋଟୋସ୍ପୋର୍ଟସ ଟିମ ରାଲି ଦ୍ବାରା ତାଲିମର ସୁଯୋଗ ପାଇବେ। ହିରୋ ମୋଟୋସ୍ପୋର୍ଟ ଟିମ ରାଲିର ଚାଳକ ରସ ବ୍ରାଞ୍ଚ, ଜୋଆକ୍ବିମ ରୋଡରିକ୍ୟୁଜ, ସେବାଷ୍ଟିଆନ୍ ବୁଲେର ଏବଂ ଫ୍ରାନକୋ କାଇମି ପ୍ରତିଯୋଗୀମାନଙ୍କୁ କୋଚିଂ ଦେବେ। ଏ ସଂପର୍କରେ ଅଧିକ ସୂଚନା ପାଇବା ପାଇଁ ଏବଂ ପଞ୍ଜୀକରଣ ପାଇଁ ଆଗ୍ରହୀ ପ୍ରତିଯୋଗୀମାନେ www.hdbc.in ରେ ଲଗଇନ୍ କରିପାରିବେ। ଅନଲାଇନ ଆବେଦନଗୁଡ଼ିକର ଯାଞ୍ଚ ପରେ ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତା ୪୫ଟି ସହରରେ ହେବ। ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା ରାଇଡରମାନଙ୍କୁ ଆଞ୍ଚଳିକ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଆଞ୍ଚଳିକ ପର୍ଯ୍ୟାୟ ୧୮ଟି ସହରରେ ହେବ। ଶ୍ରେଷ୍ଠ ୧୦୦ ରାଇଡର ୫ ଦିନିଆ ଆଞ୍ଚଳିକ ବୁଟ୍ କ୍ୟାମ୍ପରେ ଯୋଗଦେବେ। ସେମାନେ ଭାରତର ପ୍ରମୁଖ ରାଇଡର ସିଏସ ସନ୍ତୋଷଙ୍କ ଠାରୁ ତାଲିମ ପାଇବେ। ଏମାନଙ୍କ ମଧ୍ୟରୁ ୨୦ ଜଣ ପ୍ରତିଯୋଗୀ ଫାଇନାଲରେ ଭାଗନେବା ସୁଯୋଗ ପାଇବେ। ଫାଇନାଲ ଜୟପୁରରେ କମ୍ପାନିର ବିଶ୍ବ ଶ୍ରେଣୀର ସେଣ୍ଟର ଫର ଇନୋଭେସନ ଆଣ୍ଡ ଟେକ୍ନୋଲୋଜିଠାରେ ହେବ।