ମୁମ୍ବାଇ: ଦେଶରେ ଏବେ ଇଲେକ୍ଟ୍ରିକ୍ ଗାଡ଼ିକୁ ନେଇ ଢେର୍ ଚାହିଦା ଦେଖିବାକୁ ମିଳିଛି। ଗାଡ଼ି ନିର୍ମାଣକାରୀ କମ୍ପାନିଗୁଡ଼ିକ ଗୋଟାଏ ପରେ ଗୋଟାଏ ଇଲେକ୍ଟ୍ରିକ୍ ଗାଡ଼ି ବାହାର କରିବାରେ ଲାଗିଛନ୍ତି। ଏବେ ଅଗ୍ରଣୀ ମୋଟର ବାଇକ୍ ନିର୍ମାଣକାରୀ ସଂସ୍ଥା ହିରୋ ମୋଟର୍କର୍ପ ବି ଏହି କ୍ଷେତ୍ରରେ ପ୍ରବେଶ କରିଛି। କମ୍ପାନି ଶୁକ୍ରବାର ନିଜର ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର୍ ଭିଡା ଭି୧ ଲଞ୍ଚ୍ କରିଛି।
ବିଜନେସ୍ ଟୁଡେରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ହିରୋ ମୋଟର୍କର୍ପ ତା’ର ଇଲେକ୍ଟ୍ରିକ୍ ଗାଡ଼ି ଭିଡା ଭି୧ର ୨ଟି ଭାରିଆଣ୍ଟ୍ ଲଞ୍ଚ୍ କରିଛି। ଗୋଟିଏ ହେଉଛି ଭିଡା ଭି୧ ପ୍ରୋ ଓ ଅନ୍ୟଟି ହେଉଛି ଭିଡା ଭି୧ ପ୍ଲସ୍।
ଏହି ଦୁଇଟି ମଡେଲ୍ ଲଞ୍ଚ୍ ହେବା ଅବସରରେ ହିରୋ ମୋଟର୍କର୍ପ ସିଇଓ ତଥା ଏମ୍ଡି ପବନ ମୁଞ୍ଜାଲ୍ କହିଛନ୍ତି ଯେ ‘ଏହା ଏକ ପ୍ରତିଜ୍ଞା ଓ ପ୍ରତିବଦ୍ଧତା, ଯାହା ଆମେ ଚଳିତବର୍ଷ ମାର୍ଚ ମାସରେ ପୂରା ଦୁନିଆ ସମ୍ମୁଖରେ କରିଥିଲୁ।’
ମିଡିଆ ରିପୋର୍ଟ ଅନୁଯାୟୀ, ହିରୋ ଏହି ଇଲେକ୍ଟ୍ରିକ୍ ଗାଡ଼ିର ଅପେକ୍ଷା ଦୀର୍ଘ ସମୟରୁ କରିଥିଲା। ଏହି ସ୍କୁଟରରେ ସ୍ପାପେବଲ୍ ବ୍ୟାଟେରି ସୁବିଧା ରହିଛି। ଏହି ସ୍କୁଟର୍କୁ ତିଆରି କରିବାକୁ ହିରୋ ମୋଟର୍କର୍ପ ଗୋଗୋର ଏବଂ ଏଥର ଏନର୍ଜି ସହ ଭାଗିଦାରିତା କରିଛି। ଏକ ଯୁଗ ଉପଯୋଗୀ ଇଲେକ୍ଟ୍ରିକ୍ ସ୍କୁଟର୍ ଲଞ୍ଚ୍ କରିବାକୁ କମ୍ପାନି ଗ୍ରାହକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲା, ଯାହା ଏବେ ପୂରଣ କରିଛି। ଭିଡା ଭି୧ ପ୍ଲସ୍ର ଦର ୧,୪୫,୦୦୦ ଟଙ୍କା ରହିଥିବା ବେଳେ ଭିଡା ଭି୧ ପ୍ରୋର ଦର ରହିଛି ୧,୫୯,୦୦୦ ଟଙ୍କା।