ହିରୋର ମେଗା ସର୍ଭିସ୍‌ କାର୍ନିଭାଲ୍ ଆରମ୍ଭ

ଭୁବନେଶ୍ବର: ସହିଦନଗର ଦୁର୍ଗାପୂଜା ମଣ୍ଡପ ନିକଟରେ ଥିବା ପଡ଼ିଆରେ ହିରୋ ପକ୍ଷରୁ ଏକ ତିନିଦିନିଆ ମେଗା ସର୍ଭିସ୍‌ କାର୍ନିଭାଲ୍ ଆୟୋଜନ କରାଯାଇଛି। ଆଜି ଠାରୁ ଆରମ୍ଭ ହୋଇଥିବା ଏହି କାର୍ନିଭାଲ୍‌କୁ ଭୁବନେଶ୍ବର-୨ ଆର୍‌ଟିଓ ସଞ୍ଜୟ ବେହେରା ଉଦ୍‌ଘାଟନ କରିଛନ୍ତି। ଏଥିରେ ରୋହନ ହିରୋ ଓ ଭାରତ ହିରୋ ଡିଲର ଅଂଶଗ୍ରହଣ କରିଛନ୍ତି। ସାରା ରାଜ୍ୟରୁ ଅଭିଜ୍ଞ ଟେକ୍ନିସିଆନ୍ ଆସି ଗାଡ଼ିଗୁଡ଼ିକର ସର୍ଭିସିଂ କରୁଛନ୍ତି। ମାଗଣାରେ ଗାଡ଼ିର ୱାସିଂ, ପଲିସିଂ, ନାଇଟ୍ରୋଜେନ୍ ଫିଲିଂ ଏବଂ ପ୍ରଦୂଷଣ ସାର୍ଟିଫିକେଟ୍ ସୁବିଧା ପ୍ରଦାନ କରାଯାଉଛି। ଏଠାରେ ହିରୋ ଗାଡ଼ିଗୁଡ଼ିକୁ ପ୍ରଦର୍ଶିତ କରିବା ପାଇଁ ସ୍ବତନ୍ତ୍ର ଷ୍ଟଲ୍‌ ସ୍ଥାପନ କରାଯାଇଛି। କଂପାନିର ସବୁ ମଡେଲ୍‌କୁ ପ୍ରଦର୍ଶିତ କରାଯାଇଛି ଏବଂ ବିକ୍ରି ମଧ୍ୟ କରାଯାଉଛି। ଗ୍ରାହକମାନଙ୍କୁ ଡିସ୍‌କାଉଣ୍ଟ୍‌ କୁପନ୍ ଯୋଗାଇ ଦିଆଯାଉଛି। ଏହି ଅବସରରେ ହିରୋର ଏରିଆ ମ୍ୟାନେଜର ଅବଦୁଲ ଅହଦ, ମୁଖ୍ୟ କାର୍ଯ୍ୟାଳୟର ଅଧିକା‌ରୀ ସଞ୍ଜୟ ସିଂହ, ଦୀପକ ମହେନ୍ଦ୍ରୁ, ରୋହନ ହିରୋର ରାଜୀବ ଦୁବେ ଓ ଭାରତ ହିରୋର ଓମ୍ ପ୍ରକାଶ ଦିଦ୍‌ୱାନିଆ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର