ଆମ୍ବୁଲାନ୍ସ ଯାଇପାରୁନଥିବା ଗାଁ ପାଇଁ ୬୦ଟି ବାଇକ ଆମ୍ବୁଲାନ୍ସ ଦେଲା ହିରୋ

ନୂଆଦିଲ୍ଲୀ: ଭାରତରେ ଏମିତି ଅନେକ ଗାଁକୁ ରାସ୍ତା ନଥିବାରୁ ଯାଇପାରୁନି ଆମ୍ବୁଲାନ୍ସ, ଗୁରୁତର ରୋଗୀଙ୍କୁ ଭାରରେ ବୋହି ଆଣିବାକୁ ପଡୁଛି | ଏହାକୁ ନଜରରେ ରଖି ହିରୋ ମୋଟୋକର୍ପ ୬୦ ଟି ଦୁଇ ଚକିଆ ଆମ୍ବୁଲାନ୍ସ ଦାନ କରିଛି | ଏହି ମୋବାଇଲ୍ ଆମ୍ବୁଲାନ୍ସ ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ରୋଗୀମାନଙ୍କ ନିକଟରେ ପହଞ୍ଚିବ ଏବଂ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଇବା ପାଇଁ ଉପଯୋଗୀ ହେବ | ଏହି ଆମ୍ବୁଲାନ୍ସଗୁଡିକ ୧୫୦ସିସି ଏବଂ ତଦୁର୍ଦ୍ଧ୍ୱ ବିସ୍ଥାପନ ସହିତ ହିରୋ ମୋଟୋକର୍ପ ମୋଟରସାଇକେଲରେ ଲଗାଯିବା ପାଇଁ ଆସେସୋରିଜ୍ ଭାବରେ ନିର୍ମାଣ କରାଯାଇଛି |

ଏଥିସହ ଏହି ଆମ୍ବୁଲାନ୍ସ ସାମଗ୍ରୀଗୁଡ଼ିକରେ ପ୍ରାଥମିକ ଚିକିତ୍ସା ସହାୟତା କିଟ୍, ଅମ୍ଳଜାନ ସିଲିଣ୍ଡର, ଅଗ୍ନି ନିର୍ବାପକ ଯନ୍ତ୍ର ଏବଂ ସାଇରନ୍ ଭଳି ଅତ୍ୟାବଶ୍ୟକ ଚିକିତ୍ସା ଉପକରଣ ଅନ୍ତର୍ଭୁକ୍ତ ରହିଛି ।


ଏଠାରେ ସୂଚନା ଥାଉ କି ହିରୋ ଗ୍ରୁପ୍ କରୋନା ଲଢେଇ ପାଇଁ ୧୦୦ କୋଟି ଟଙ୍କା ଦେବାର ପ୍ରତିଶୃତି ଦେଇଛି। ଏହି ରାଶିର ଅଧା ଅର୍ଥାତ ୫୦ କୋଟି ଟଙ୍କା ପିଏମ-କେୟାର ପାଣ୍ଠିରେ ଦିଆଯିବ ଏବଂ ଅବଶିଷ୍ଟ ୫୦ କୋଟି ଟଙ୍କା ଅନ୍ୟ ରିଲିଫ କାର୍ଯ୍ୟରେ ଖର୍ଚ୍ଚ ହେବ। ଏଥିରେ ମାସ୍କ, ସାନିଟାଇଜର, ଗ୍ଲୋଭସ୍ ଏବଂ ୧୦୦ ଭେଣ୍ଟିଲେଟର ବଣ୍ଟନ କରିବା ଏବଂ ୧୫୦୦୦ ଲୋକଙ୍କୁ ଭୋଜନ ବଣ୍ଟନ କରିବା ଅନ୍ତର୍ଭୁକ୍ତ ରହିଛି |

ସମ୍ବନ୍ଧିତ ଖବର