ହିରୋ ମୋଟୋକର୍ପ ପକ୍ଷରୁ ସ୍କୁଟର ଡେଷ୍ଟିନ୍‌-୧୨୫ର ବଜାର ପ୍ରବେଶ

ନୂଆଦିଲ୍ଲୀ : ହିରୋ ମୋଟୋକର୍ପ ପକ୍ଷରୁ ପ୍ରିମିୟମ୍‌ ସେଗମେଣ୍ଟରେ ଅଲ୍‌ ନିୟୁ ଶକ୍ତିଶାଳୀ ୧୨୫ସିସି ସ୍କୁଟର ଡେଷ୍ଟିନ୍‌-୧୨୫ର ବଜାର ପ୍ରବେଶ କରାଯାଇଛି। ଏହା ଅସନ୍ତା କିଛି ସପ୍ତାହ ମଧ୍ୟରେ ଦେଶବ୍ୟାପ ଉପଲବ୍ଧ ହେବ। ଏହା ଦୁଇଟି ଭ୍ୟାରିଆଣ୍ଟରେ ରଉପଲବ୍ଧ ହେଉଥିବାବେଳେ ଏହାର ଏଲକ୍ସ୍‌ ଭ୍ୟାରିଆଣ୍ଟର ଏକ୍ସ ଶୋ’ରୁମ୍‌ ମୂଲ୍ୟ ୫୪,୬୫୦ ଟଙ୍କା ରହିଛି । ସେହିପରି ଭିଏକ୍‌ଓ ଭ୍ୟାରିଆଣ୍ଟର ମୂଲ୍ୟ ୫୭,୫୦୦ ଟଙ୍କା ରହିଛି। ପ୍ରଥମ ସ୍କୁଟର ଭାବେ ଏଥିରେ ଆଇ-୩-ଏସ୍‌ ଆଇଡିଲ୍‌ ଷ୍ଟାର୍ଟ ଷ୍ଟପ୍‌ ସିଷ୍ଟମ୍‌ ରହିଛି। ପୂର୍ବରୁ କମ୍ପାନୀ ମୋଟରସାଇକେଲ ବର୍ଗରେ ଅନନ୍ୟ ବିଶ୍ୱସ୍ତରୀୟ ଉତ୍ପାଦ ଏକ୍ସଟ୍ରିମ୍‌-୨୦୦ ଆର୍‌ର ବଜାର ପ୍ରବେଶ କରାଇଥିଲା । ଏବେ ସ୍କୁଟର ବର୍ଗରେ ଡେଷ୍ଟିନ୍‌-୧୨୫ର ବଜାର ପ୍ରବେଶ କମ୍ପାନୀର ବଜାର ସ୍ଥିତିକୁ ସୁଦୃଢ଼ କରିବାର ସମ୍ଭାବନା ରହିଛି । ଏହାର ଆକର୍ଷଣୀୟ ଷ୍ଟାଇଲ୍‌ ଏବଂ ପାୱାର ତଥା ଜ୍ଞାନକୌଶଳ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହେବ । ଡେଷ୍ଟିନ୍‌ –୧୨୫ରେ ପାୱାରଫୁଲ୍‌ ରାଇଡ୍‌ ୧୨୫ ସିସି ଇଂଜିନ, ୮.୭ ବିଏଚପି, ୬୭୫୦ ଆରପିଏମ୍‌, ଟର୍କ ୧୦.୨ ଏନଏମ୍‌. ୫୦୦୦ ଆରପିଏମ୍‌, ଆଇ-୩-ଏସ୍‌ ଜ୍ଞାନକୌଶଳ, ରିମୋଟ୍‌ କି ଟପନିଙ୍ଗ୍‌, ମୋବାଇଲ୍‌ ଚାର୍ଜିଂ ପୋର୍ଟ, ବୁଟ୍‌ ଲାଇଟ୍‌, ଇଣ୍ଟିଗ୍ରେଟେଡ୍‌ ବ୍ରେକିଂ ସିଷ୍ଟମ୍‌, ବୋଲ୍ଟ ପ୍ରମିୟମ୍‌ ଷ୍ଟାଇଲ୍‌, କ୍ରୋମ ଚେଷ୍ଟ, ମେଟାଲ ବଡି, ସିଗ୍ନେଚର ଟେଲ୍‌ ଲ୍ୟାମ୍ପ୍‌, ୱଙ୍କର, କାଷ୍ଟ ହ୍ଵିଲ୍‌ ଆଦି ବୈଶିଷ୍ଟ୍ୟ ରହିଛି । ଏହା ନୋବେଲ୍‌ ରେଡ୍‌, ଚେଷ୍ଟନଟ୍‌ ବ୍ରୋ୍‌, ପ୍ୟାନ୍ଥର ବ୍ଳାକ୍‌, ପର୍ଲ ସିଲଭର ହ୍ଵାଇଟ୍‌ ଆଦି ୪ ଟି ରଙ୍ଗରେ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର