ବଜାରରେ ହିରୋ ମୋଟୋକର୍ପର ଏକ୍ସଟ୍ରିମ୍‌-୨୦୦ଆର

ନୂଆଦିଲ୍ଲୀ : ବିଶ୍ୱର ବୃହତ୍‌ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋ କର୍ପ ଲିଃ. ପକ୍ଷରୁ ଏହାର ପ୍ରିମିୟମ୍‌ ସେଗମେଣ୍ଟରେ କାରବାର ବୃଦ୍ଧି ନିମନ୍ତେ ନୂଆ ଏକ୍ସଟ୍ରିମ୍‌-୨୦୦ଆର୍‌ର ବଜାର ପ୍ରବେଶ କରାଯାଇଛି। ଏହାର ଏକ୍ସ ଶୋ’ରୁମ୍‌ ମୂଲ୍ୟ ଭୁବନେଶ୍ୱର ରେ ୯୦୯୦୦/- ଟଙ୍କା ରହିଛି । ବିଶ୍ୱର ବୃହତ୍‌ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋ କର୍ପ ଲିଃ. ଭାରତୀୟ କି୍ରକେଟ ଟିମ୍‌ ର ଅଧିନାୟକ ବିରାଟ କୋହଲି ଙ୍କୁ ନିଜର ବ୍ରାଣ୍ଡ ଆମ୍ବାସଡର ନିଯକ୍ତ କରିଛି ।

ଏକ୍ସଟ୍ରିମ୍‌-୨୦୦ଆର୍‌ରେ ସୁରକ୍ଷିତ ଆଣ୍ଟି ଲକ୍‌ ବ୍ରେକ୍‌ ସିଷ୍ଟମ୍‌, ଏବିଏସ୍‌ ସିଷ୍ଟମ, ୨୦୦ସିସି ଏୟାର କୁଲଡ୍‌ ଇିନ୍‌, ବିଏସ୍‌-୪ ଯୋଗ୍ୟତା, ଏୟାର କୁଲଡ୍‌ ଇିନ୍‌, ୧୮.୪ ପିଏସ୍‌ ପାୱାର ଆଉଟ୍‌ପୁଟ୍‌ ସହିତ ୮୦୦୦ ଆର୍‌ପିଏମ୍‌, ୧୭.୧ ଏନ୍‌ଏମ୍‌ ଟର୍କ ସହିତ ୬୫୦୦ ଆର୍‌ପିଏମ୍‌ ବୈଶିଷ୍ଟ୍ୟ ରହିଛି। ଏହା ମାତ୍ର ୪.୬ ସେକେଣ୍ଡ୍‌ରେ ୦ରୁ ୬୦ ଘଣ୍ଟା ପ୍ରତି କିମି ଗତି ହାସଲ କରିଥାଏ। ଏହି ଯାନଟି ଚାଳକଙ୍କୁ ଅନନ୍ୟ ପ୍ରିମିୟମ୍‌ ଅଭିଜ୍ଞତା ତଥା ଅଶେଷ ଆନନ୍ଦ ପ୍ରଦାନ କରିବାକୁ ସକ୍ଷମ ହେବ। ଏଥିରେ ଏଲଇଡି ପାଇଲଟ୍‌ ଲ୍ୟାମ୍ପ୍‌ ଓ ଏଲଇଡି ଟେଲ୍‌ ଲ୍ୟାମ୍ପ୍‌ ରହିଛି। ଏଥିରେ ଲମ୍ବା ସିଟ୍‌ ଆକର୍ଷଣୀୟ ଇଣ୍ଡିକେଟର୍‌, ବୃହତ୍‌ ଇନ୍ଧନ ଟାଙ୍କି, ଅଟୋମେଟିକ୍‌ ହେଡ୍‌ଲ୍ୟାମ୍ପ୍‌ ଅନ୍‌(ଏଏଚ୍‌ଓ) ପ୍ରଭୃତି ବୈଶିଷ୍ଟ୍ୟ ରହିଛି। ଏଥିରେ ୨୭୬ ଏମ୍‌ଏମ୍‌ ସମ୍ମୁଖ ଡିସ୍କ୍‌, ୨୨୦ ପଛ ଡିସ୍କ୍‌, ଏବିଏସ୍‌ ସିଷ୍ଟମ୍‌, ୩୭ ଏମ୍‌ଏମ୍‌ ସମ୍ମୁଖ ଫର୍କ ୭-ଷ୍ଟେପ୍‌ ମନୋସକ୍‌ ସସ୍‌ପେନସନ୍‌, ୧୭ଇଞ୍ଚ ୧୩୦/୭୦ ଚଉଡା ଟାୟାର ରହିଛି। ଏହା ପ୍ୟାନ୍ଥର୍‌-ବ୍ଲାକ୍‌ କୁଲ୍‌ ସିଲଭର୍‌, ପ୍ୟାନ୍ଥର ବ୍ଲାକ୍‌ ରେଡ୍‌, ସ୍ପୋର୍ଟର୍ସ ରେଡ୍‌, ଚାରକୋଲ୍‌ ଗ୍ରେ, ଅରେଞ୍ଜ୍‌ ଏବଂ ଟୋକ୍ନୋ ବ୍ଲୁ ଆଦି ୫ଟି ରଙ୍ଗରେ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର