ବଜାରରେ ହିରୋ ମୋଟୋକର୍ପ ପକ୍ଷରୁ ଏକ୍ସଟ୍ରିମ୍‌-୨୦୦ଆର୍‌, ଆସନ୍ତା ସପ୍ତାହରୁ ବିକ୍ରି

ନୂଆଦିଲ୍ଲୀ : ହିରୋ ମୋଟୋ କର୍ପ ଲିଃ. ପକ୍ଷରୁ ପ୍ରିମିୟମ୍‌ ପ୍ରିମିୟମ ସେଗମେଣ୍ଟରେ ଏକ୍ସଟ୍ରିମ୍‌-୨୦୦ଆର୍‌ର ବଜାର ପ୍ରବେଶ କରାଯାଇଛି । ଆସନ୍ତା ସପ୍ତାହରୁ ଏହାର ବିକ୍ରି ଆରମ୍ଭ ହେବ । ଏହାର ଏକ୍ସ ଶୋ’ରୁମ୍‌ ମୂଲ୍ୟ ୮୯,୯୦୦ଟଙ୍କା ରହିଛି । ଇତିମଧ୍ୟରେ କମ୍ପାନୀ ଘରୋଇ କ୍ଷେତ୍ରରେ ୫୦ ପ୍ରତିଶତ ମାର୍କେଟ୍‌ ଶେୟାର ହାସଲ କରିବାକୁ ସକ୍ଷମ ହୋଇପାରିଛି।

ଏକ୍ସଟ୍ରିମ୍‌-୨୦୦ଆର୍‌ରେ ସୁରକ୍ଷିତ ଆଣ୍ଟି ଲକ୍‌ ବ୍ରେକ୍‌ ସିଷ୍ଟମ୍‌, ୨୦୦ସିସି ଏୟାର କୁଲଡ୍‌ ଇିନ୍‌, ବିଏସ୍‌-୪ ଯୋଗ୍ୟତା, ଏୟାର କୁଲଡ୍‌ ଇିନ୍‌, ୧୮.୪ ପିଏସ୍‌ ପାୱାର ଆଉଟ୍‌ପୁଟ୍‌ ସହିତ ୮୦୦୦ ଆର୍‌ପିଏମ୍‌, ୧୭.୧ ଏନ୍‌ଏମ୍‌ ଟର୍କ ସହିତ ୬୫୦୦ ଆର୍‌ପିଏମ୍‌ ବୈଶିଷ୍ଟ୍ୟ ରହିଛି। ଏହା ମାତ୍ର ୪.୬ ସେକେଣ୍ଡ୍‌ରେ ୦ ରୁ ୬୦ ଘଣ୍ଟା ପ୍ରତି କିମି ଗତି ହାସଲ କରିଥାଏ। ଏହି ଯାନଟି ଚାଳକଙ୍କୁ ଅନନ୍ୟ ପ୍ରିମିୟମ୍‌ ଅଭିଜ୍ଞତା ତଥା ଅଶେଷ ଆନନ୍ଦ ପ୍ରଦାନ କରିବାକୁ ସକ୍ଷମ ହେବ। ଏଥିରେ ଏଲଇଡି ପାଇଲଟ୍‌ ଲ୍ୟାମ୍ପ୍‌ ଓ ଏଲଇଡି ଟେଲ୍‌ ଲ୍ୟାମ୍ପ୍‌ ରହିଛି। ଏଥିରେ ଲମ୍ବା ସିଟ୍‌ ଆକର୍ଷଣୀୟ ଇଣ୍ଡିକେଟର୍‌, ବୃହତ୍‌ ଇନ୍ଧନ ଟାଙ୍କି, ଅଟୋମେଟିକ୍‌ ହେଡ୍‌ଲ୍ୟାମ୍ପ୍‌ ଅନ୍‌(ଏଏଚ୍‌ଓ) ପ୍ରଭୃତି ବୈଶିଷ୍ଟ୍ୟ ରହିଛି। ଏଥିରେ ୨୭୬ ଏମ୍‌ଏମ୍‌ ସମ୍ମୁଖ ଡିସ୍କ୍‌୍‌, ୨୨୦ ପଛ ଡିସ୍କ୍‌, ଏବିସି ସିଷ୍ଟମ୍‌, ୩୭ ଏମ୍‌ଏମ୍‌ ସମ୍ମୁଖ ଫର୍କ ୭-ଷ୍ଟେପ୍‌ ମନୋସକ୍‌ ସସ୍‌ପେନସନ୍‌, ଚଉଡା ଟାୟାର ରହିଛି। ଏହା ପ୍ୟାନ୍ଥର୍‌-ବ୍ଲାକ୍‌ କୁଲ୍‌ ସିଲଭର୍‌, ପ୍ୟାନ୍ଥର ବ୍ଲାକ୍‌ ରେଡ୍‌, ସ୍ପୋର୍ଟର୍ସ ରେଡ୍‌, ଚାରକୋଲ୍‌ ଗ୍ରେ, ଅରେ୍‌ ଏବଂ ଟୋକ୍ନୋ ବ୍ଲୁ ଆଦି ୫ଟି ରଙ୍ଗରେ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର