ନୂଆଦିଲ୍ଲୀ : ଭାରତର ପ୍ରମୁଖ ଦୁଇଚକିଆ ଯାନ କମ୍ପାନି ହିରୋ ମୋଟୋ କର୍ପ ପକ୍ଷରୁ ପ୍ରିମିୟମ୍ ସେଗମେଣ୍ଟରେ ଅଲ୍ ନିୟୁ ଏକ୍ସଟ୍ରିମ୍-୨୦୦ଆର୍ର ବଜାର ପ୍ରବେଶ କରାଯାଇଛି । ଏହା ଦେଶବ୍ୟାପୀ ୨୦୧୮ ଏପ୍ରିଲ୍ଠାରୁ ଉପଲବ୍ଧ ହେବ । ତେବେ ଏହାର ବୁକିଂ ଶୀଘ୍ର ଆରମ୍ଭ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।
ଜୟପୁର ସ୍ଥିତ କମ୍ପାନୀର ନିଜସ୍ୱ ସେଣ୍ଟର ଫର୍ ଇନୋଭେସନ୍ ଆଣ୍ଡ୍ ଟୋକ୍ନୋଲୋଜି(ସିଆଇଟି) ସହାୟତାରେ ନିର୍ମିତ ଏହି ପ୍ରିମିୟମ ଦୁଇ ଚକିଆ ଯାନ ଯୁବଗ୍ରାହକଙ୍କୁ ଆକୃଷ୍ଟ କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କମ୍ପାନି ଦାବି କରିଛି । ଏହି ଅତ୍ୟାଧୁନିକ ଯାନଟି ବିଏସ୍-୪ ଯୋଗ୍ୟତା ପୂରଣ କରୁଛି। ଏହା ଅତ୍ୟାଧୁନିକ ଜ୍ଞାନକୌଶଳ ଆଧାରରେ ନିର୍ମିତ ହୋଇଛି। ଏଥିରେ ୨୦୦ସିସି ଏୟାର କୁଲଡ୍ ଇଂଜିନ ରହିଛି । ଏକ୍ସଟ୍ରିମ୍-୨୦୦ ଆର୍ରେ ୨୦୦ ସିସି ଇଂଜିନ ବିଏସ୍-୪ ଯୋଗ୍ୟତା, ୧୮.୪ ପିଏସ୍ ପାୱାର ଆଉଟ୍ପୁଟ୍ ସହିତ ୮୦୦୦ ଆର୍ପିଏମ୍, ୧୭.୧ ଏନ୍ଏମ୍ ଟର୍କ ସହିତ ୬୫୦୦ ଆର୍ପିଏମ୍ ବୈଶିଷ୍ଟ୍ୟ ରହିଛି। ଏହା ମାତ୍ର ୪.୬ ସେକେଣ୍ଡ୍ରେ ୦ରୁ ୬୦ ଘଣ୍ଟା ପ୍ରତି କିମି ଗତି ହାସଲ କରିଥାଏ । ଏଥିରେ ଏଲଇଡି ପାଇଲଟ୍ ଲ୍ୟାମ୍ପ୍ ଓ ଏଲଇଡି ଟେଲ୍ ଲ୍ୟାମ୍ପ୍ ରହିଛି । ଏଥିରେ ଲମ୍ବା ସିଟ୍ ଆକର୍ଷଣୀୟ ଇଣ୍ଡିକେଟର୍, ବୃହତ୍ ଇନ୍ଧନ ଟାଙ୍କି, ଅଟୋମେଟିକ୍ ହେଡ୍ଲ୍ୟାମ୍ପ୍ ଅନ୍(ଏଏଚ୍ଓ) ପ୍ରଭୃତି ବୈଶିଷ୍ଟ୍ୟ ରହିଛି। ଏଥିରେ ୨୭୬ ଏମ୍ଏମ୍ ସମ୍ମୁଖ ଡିସ୍କ୍, ୨୨୦ ପଛ ଡିସ୍କ୍, ଏବିସି ସିଷ୍ଟମ୍, ୩୭ ଏମ୍ଏମ୍ ସମ୍ମୁଖ ଫର୍କ ୭-ଷ୍ଟେପ୍ ମନୋସକ୍ ସସ୍ପେନସନ୍, ଚଉଡା ଟାୟାର ରହିଛି । ଏହା ପ୍ୟାନ୍ଥର୍-ବ୍ଲାକ୍ କୁଲ୍ ସିଲଭର୍, ପ୍ୟାନ୍ଥର ବ୍ଲାକ୍ ରେଡ୍, ସ୍ପୋର୍ଟର୍ସ ରେଡ୍, ଚାରକୋଲ୍ ଗ୍ରେ, ଅରେ୍ଞ୍ଜ ଏବଂ ଟୋକ୍ନୋ ବ୍ଲୁ ଆଦି ୫ଟି ରଙ୍ଗରେ ଉପଲବ୍ଧ ହେବ ।