ହିରୋ ମୋଟୋକର୍ପର ଅକ୍ଟୋବର ବିକ୍ରି ୭ ଲକ୍ଷ ଟପିଲା

ବିଶ୍ୱର ବୃହତ୍‌ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋ କର୍ପ ଲିଃ. ଚଳିତ ଅକ୍ଟୋବର ମାସରେ ଦ୍ୱିତୀୟଥର ପାଇଁ ୭ ଲକ୍ଷ ବିକ୍ରି ମାଇଲଖୁଣ୍ଟ ଅତିକ୍ରମ କରି ୭୩୪,୬୬୮ ୟୁନିଟ୍‌ ଛୁଇଁଛି। ଏହି ମାସରେ ଏହାର ବିକ୍ରିରେ ୧୬.୪% ବୃଦ୍ଧି ହୋଇଛି। ୨୦୧୭ ଅକ୍ଟୋବରରେ ଏହା ୬୩୧,୧୦୫  ୟୁନିଟ୍‌ ବିକ୍ରି କରିଥିଲା । ଏହାର ୧୨୫ ସିସି ସ୍କୁଟର ସେଗମେଣ୍ଟରେ ନୂଆ ଡେଷ୍ଟିନ୍‌-୧୨୫ ବେଶ୍‌ ସଫଳ ରହିଛି । ଚଳିତ ୨୦୧୮-୧୯ ଆର୍ଥିକ ବର୍ଷରେ କମ୍ପାନୀର ବିକ୍ରି ଅଭିବୃଦ୍ଧି ହାର ବେଶ୍‌ ସନ୍ତୋଷ ଜନକ ରହିଛି। ୨୦୧୮ ସେପ୍ଟେମ୍ବର ମାସରେ ଏହା ୭୬୯,୧୩୮  ୟୁନିଟ୍‌ ବିକ୍ରି ଲକ୍ଷ୍ୟ ହାସଲ କରିଥିଲା। ପାର୍ବଣ ଋତୁରେ କମ୍ପାନୀର ବିକ୍ରି ବେଶ୍‌ ଆଶାଜନକ ରହିଛି । ଚଳିତ ବର୍ଷ ଇନସ୍ୟୁରାନ୍ସ ମୂଲ୍ୟ, କଭରେଜ୍‌ ମୂଲ୍ୟ ଆଦି ଦ୍ୱାରା ଗ୍ରାହକ ବିଶେଷ ବିବ୍ରତ ହୋଇଥିଲେ ମଧ୍ୟ ଦିୱାଲୀରେ କମ୍ପାନୀ ଆଶା ଜନକ କାରବାରର ଲକ୍ଷ୍ୟ ରଖିଛି । କମ୍ପାନୀର ୧୨୫ ସିସି ସେଗମେଣ୍ଟରେ ନୂଆ ସ୍କୁଟର ଡେଷ୍ଟିନ୍‌-୧୨୫ର ବଜାର ପ୍ରବେଶ ହୋଇଛି। ଏହାର ଏଲକ୍ସ୍‌ ଭ୍ୟାରିଆଣ୍ଟ୍‌ର ଏକ୍ସ ଶୋ’ରୁମ୍‌ ମୂଲ୍ୟ ୫୪୬୫୦  ଟଙ୍କା ରହିଛି। ସେହିପରି ଭିଏକ୍ସ ଭ୍ୟାରିଆଣ୍ଟର ମୂଲ୍ୟ ୫୭୫୦୦ ଟଙ୍କା ରହିଛି। ଏହା ଆସନ୍ତା ୩-୪ ସପ୍ତାହ ମଧ୍ୟରେ ଦେଶବ୍ୟାପି ଉପଲବ୍ଧ ହେବ ।

ସମ୍ବନ୍ଧିତ ଖବର