ନୂଆଦିଲ୍ଲୀ : ବିଶ୍ୱର ବୃହତ୍ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋ କର୍ପ ଲିଃ. ଗୋଟିଏ ମାସରେ ରେକର୍ଡ ୭୬୯,୧୩୮ ସଂଖ୍ୟକ ଯାନ ବିକ୍ରି କରି ଇତିହାସ ସୃଷ୍ଟି କରିଛି। ଗତ ସେପ୍ଟେମ୍ବରରେ କମ୍ପାନୀ ଏହି ରେକର୍ଡ ସ୍ଥାପନ କରିଛି। କମ୍ପାନୀ ଏଭଳି ସଫଳତା ୫ମ ଥର ପାଇଁ ହାସଲ କରିବା ସହିତ ଚଳିତ ଆର୍ଥିକ ବର୍ଷରେ ୩ ଥର ପାଇଁ ୭ ଲକ୍ଷ ୟୁନିଟ୍ ବିକ୍ରି ଲକ୍ଷ୍ୟ ଅତିକ୍ରମ କରି ଏହି ରେକର୍ଡ କରିଛି । ପ୍ରଥମ ଥର ପାଇଁ କମ୍ପାନୀ ଗୋଟିଏ ମାସରେ ୭୫୦,୦୦୦ ବିକ୍ରି ଲକ୍ଷ୍ୟ ହାରସଲ କରିବାକୁ ସକ୍ଷମ ହୋଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଏପ୍ରିଲ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ କମ୍ପାନୀ ୪.୨ ନିୟୁତ ଯାନ ବିକ୍ରି କରିପାରିଛି । ପାର୍ବଣ ଋତୁରେ ଅକ୍ଟୋବର ଏବଂ ନଭେମ୍ବର ମାସରେ କମ୍ପାନୀ ଆଶା ଜନକ ବିକ୍ରି କରିବାର ସମ୍ଭାବନା ରହିଛି । ସେପ୍ଟେମ୍ବର ମାସରେ କମ୍ପାନୀର ଏକ୍ସଟ୍ରିମ୍-୨୦୦ଆର୍ ବେଶ୍ ଭଲ ବିକ୍ରି କରିପାରିଛି । ଏହା କ୍ରିକେଟର ବିରାଟ କୋହଲୀଙ୍କ ଦ୍ୱାରା ବିଜ୍ଞାପନ ମାଧ୍ୟମରେ ଟିଭି, ଆଉଟଡୋର ଏବଂ ପ୍ରିଣ୍ଟ ପ୍ଲାଟଫର୍ମରେ ଉପଲବ୍ଧ ହେଉଛି। ସମ୍ପ୍ରତି ବୀମା ବିକାଶ ନିୟାମକ କର୍ତ୍ତୃପକ୍ଷ (ଆଇଆରଡିଏ) ଦୁଇ ଚକିଆ ଯାନ ପାଇଁ ଦୁର୍ଘଟଣା ବୀମା ପାଇଁ ଆଣିଛନ୍ତି ନୂଆ ଆଇନ । ଏହାଦ୍ୱାରା ଗ୍ରାହକଙ୍କ ପାଇଁ ଗାଡ଼ିର ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ଅଟୋମୋବାଇଲ୍ ନିର୍ମାତା(ସିଆମ୍) ପକ୍ଷରୁ ଏନେଇ ବୀମା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଅକାର୍ଷଣ କରାଯାଇଛି। ଏହାର ସୁଫଳ ମିଳିବାର ଆଶା ରହିଛି। ପାର୍ବଣ ଋତୁରେ କମ୍ପାନୀ ଏହାର ଯାନ ବ୍ରିକିରେ ସକାରାତ୍ମକ ଫଳାଫଳ ହାସଲ କରିବାକୁ ସକ୍ଷମ ହୋଇଛି ।
ଗୋଟିଏ ମାସରେ ୭୬୯,୧୩୮ ୟୁନିଟ୍ ବିକ୍ରି କରି ରେକର୍ଡ ସୃଷ୍ଟି କଲା ହିରୋ ମୋଟୋକର୍ପ
/sambad/media/post_attachments/wp-content/uploads/2018/06/hero-motocorp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)