ହିରୋ ମୋଟୋକର୍ପ ଆଣିଲା ନୂଆ ସୁପର ସ୍ପ୍ଲେଣ୍ଡର

ନୂଆଦିଲ୍ଲୀ : ହିରୋ ମୋଟୋ କର୍ପ ଲିଃ. ପକ୍ଷରୁ ନିଜସ୍ୱ ଆର୍‌ ଆଣ୍ଡ ଡି ଜ୍ଞାନକୌଶଳ ଆଧାରରେ ଅନନ୍ୟ ଦୁଇ ଚକିଆ ଯାନ ୧୨୫ ସିସି ସେଗ୍‌ମେଂଟ୍‌ରେ ନୂଆ ସୁପର ସ୍ପ୍ଲେଣ୍ଡରର ବଜାର ପ୍ରବେଶ କରାଯାଇଛି। ଏହି ଅତ୍ୟାଧୁନିକ ଯାନଟି ବିଏସ୍‌-୪ ଯୋଗ୍ୟତା ପୂରଣ କରୁଛି। ଏହି ଯାନ ୧୨୫ ସିସି ବର୍ଗରେ ଘରୋଇ ବଜାରରେ ହିରୋର ୫୫ ପ୍ରତିଶତ ବଜାର ଅଂଶଧନକୁ ବର୍ଦ୍ଧିତ କରିବାର ଆଶା ରହିଛି। ଏହାର ନୂଆଦିଲ୍ଲୀସ୍ଥିତ ଏକ୍ସ୍‌ ଶୋ’ରୁମ୍‌ ମୂଲ୍ୟ ୫୭,୧୯୦ ଟଙ୍କା ରହିଛି। ସମ୍ପ୍ରତି ଘରୋଇ ବଜାରରେ କମ୍ପାନୀର ବଜାର ଅଂଶଧନ୫୦ ପ୍ରତିଶତରୁ ଅଧିକ ରହିଛି । ଏହି ଅବସରରେ ହିରୋ ମୋଟୋ କର୍ପର ସେଲସ୍‌ ଏବଂ କଷ୍ଟମର୍‌ କେୟାର ମୁଖ୍ୟ ଅଶୋକ ଭାସିନ୍‌ କହିଛନ୍ତି ଯେ ଦେଶରେ ବିକ୍ରି ହେଉଥିବା ପ୍ରତିଟି ଦ୍ୱିତୀୟ ମୋଟର ସାଇକେଲ ହେଉଛି ହିରୋ ବାଇକ୍‌। ଦେଶରେ ୧୨୫ ସିସି ବର୍ଗରେ ହିରୋର୫୫ ପ୍ରତିଶତ ବଜାର ଅଂଶଧନ ରହିଛି। ନୂଆ ସୁପର ସ୍ପ୍ଲେଣ୍ଡରର ଷ୍ଟାଇଲିସ୍‌ ଡିଜାଇନିଂ ଓ ଦକ୍ଷତା ଗ୍ରାହକଙ୍କୁ ବିଶେଷ ପସନ୍ଦ ଆସିବ। ନୂଆ ସୁପର ସ୍ପ୍ଲେଣ୍ଡରରେ ୧୨୫ ସିସି ଇିନ୍‌, ୪-ଷ୍ଟ୍ରୋକ୍‌ ସିଙ୍ଗଲ୍‌ ସିଲିଣ୍ଡର, ୮.୪ ପିଏସ୍‌ ପାୱାର ଆଉଟ୍‌ପୁଟ୍‌, ୭୫ ଆର୍‌ପିଏମ୍‌, ସର୍ବାଧିକ ଟର୍କ ୧୧ ଏନ୍‌ଏମ୍‌, ୬୦୦୦ ଆର୍‌ପିଏମ୍‌, ଆଇ ୩-ଏସ୍‌ ଜ୍ଞାନକୌଶଳ, ସର୍ବାଧିକ ଘଣ୍ଟାପ୍ରତି ଗତି ୯୪ କିଲୋମିଟର ଆଦି ବୈଶିଷ୍ଟ୍ୟ ରହିଥିବାବେଳେ ଏହାକୁ ଆକର୍ଷଣୀୟ ବଳିଷ୍ଠ ଭାବରେ ନିର୍ମାଣ କରାଯାଇଛି। ଏହା ପୂର୍ବ ବାଇକ୍‌ ତୁଳାନରେ ୨୭ ପ୍ରତିଶତ ଅଧିକ ଶକ୍ତିଶାଳୀ ତଥା ୬ ପ୍ରତିଶତ ଅଧିକ ଟର୍କଯୁକ୍ତ । ଏହାର ମୂଲ୍ୟ ୫୩,୪୪୩ ଟଙ୍କା (ଏକ୍ସ୍‌-ଶୋ’ରୁମ୍‌ ମୁମ୍ବାଇ), ୫୭୫୧୪ଟଙ୍କା (ଏକ୍ସ୍‌-ଶୋ’ରୁମ୍‌ କୋଲକତା) , ୫୭,୫୭୦ ଟଙ୍କା (ଏକ୍ସ-ଶୋ’ରୁମ୍‌ ଚେନ୍ନାଇ) ରହିଛି। ଏଥିରେ ଲମ୍ବା ସିଟ୍‌ ଆକର୍ଷଣୀୟ ଇଣ୍ଡିକେଟର୍‌, ଅଟୋମେଟିକ୍‌ ହେଡ୍‌ଲ୍ୟାମ୍ପ୍‌ ଅନ୍‌(ଏଏଚ୍‌ଓ) ପ୍ରଭୃତି ବୈଶିଷ୍ଟ୍ୟ ରହିଛି। ଏହା ବ୍ଲାକ୍‌-ପର୍ପଲ୍‌, ବ୍ଲାକ୍‌- ଫିଏରି ରେଡ୍‌, ବ୍ଲାକ୍‌- ସିଲଭର୍‌, କ୍ୟାଣ୍ଡି, ବ୍ଲେଜିଂ ରେଡ୍‌, ହେଭି ଗ୍ରେ ଆଦି ୫ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର