ପୁରୀ): ଟାଉନ ହଲ୍ ଛକସ୍ଥିତ ହିରୋ ମୋଟୋକର୍ପର ଅଧିକୃତ ସୋ’ରୁମ୍ ସଞ୍ଜୀବ ହିରୋରେ ନୂଆ ଇଲେକ୍ଟିକ୍ ସ୍କୁଟର ‘ଭିଡ଼ା’ ପୁରୀ ବଜାରକୁ ପ୍ରବେଶ କରିଛି। ଏଥିପାଇଁ ସୋ’ରୁମ୍ରେ ସ୍ୱତନ୍ତ୍ର ମେଗା ଉନ୍ମୋଚନ ଉତ୍ସବ ଆୟୋଜିତ ହୋଇଥିଲା। ସଞ୍ଜୀବ ହିରୋର ଏମ୍ଡି ଅମିତ୍ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ହିରୋ ମୋଟୋକର୍ପର ଏରିଆ ମ୍ୟାନେଜର ହର୍ଷବର୍ଦ୍ଧନ, ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ, ଟେରିଟୋରି ମ୍ୟାନେଜର ଚନ୍ଦ୍ରଶେଖର ତ୍ରିପାଠୀ, ବିଶିଷ୍ଟ ସମାଜସେବୀ ତଥା ଉଦ୍ୟୋଗପତି ଦେବାଶିଷ କୁମାର ଅତିଥି ଭାବେ ଯୋଗଦେଇ ନୂଆ ସ୍କୁଟର ଉନ୍ମୋଚନ କରିଥିଲେ। ଏହି ମେଗା ଉନ୍ମୋଚନ ଉତ୍ସବର ସ୍ୱତନ୍ତ୍ର ଆକର୍ଷଣ ଥିଲେ ଓଲିଉଡ୍ ଅଭିନେତ୍ରୀ ଏଲିନା ସାମନ୍ତରାୟ। ସେ ଏହି ଇଲେକ୍ଟ୍ରିକ ସ୍କୁଟରର ବଜାର ପ୍ରବେଶ କରାଇଥିଲେ। ଏହି ସ୍କୁଟରର ଡୁଆଲ ବ୍ୟାଟେରି (ଯାହାକୁ ସହଜରେ ଅପସାରଣ କରିହେବ) ରହିଛି। ଲିଥିୟମ ଆୟନଯୁକ୍ତ ୨ଟି ଯାକ ବ୍ୟାଟେରି ସମ୍ପୂର୍ଣ୍ଣ ଚାର୍ଜରେ ୧୧୦ କିମି ଯାଇପାରିବ। ଗୋଟିଏ ବ୍ୟାଟେରି କାଢ଼ି ଚାର୍ଜରେ ବସାଇ ଅନ୍ୟଟିରେ ୫୫ କିମି ଯାତ୍ରା କରିହେବ। ଅନ୍ୟାନ୍ୟ ଫିଚର ସହିତ ଏହା ବର୍ତ୍ତମାନ ୫ଟି ରଙ୍ଗରେ ଉପଲବ୍ଧ। ଏହି ସ୍କୁଟରର ଏକ୍ସ ସୋ’ରୁମ୍ ମୂଲ୍ୟ ୧,୪୫,୯୦୦ ଟଙ୍କା ରହିଥିବା ବେଳେ ବର୍ତ୍ତମାନ କମ୍ପାନି ପକ୍ଷରୁ ଆକର୍ଷଣୀୟ ଅଫର୍ ରଖାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp