ଭୁବନେଶ୍ବର : କୋଭିଡ୍ ମହାମାରୀ ସମୟରେ ସାରା ବିଶ୍ବର ସ୍ବାସ୍ଥ୍ୟ କ୍ଷେତ୍ରର ସମ୍ମୁଖ ଯୋଦ୍ଧାମାନଙ୍କୁ ସମ୍ମାନିତ କରିବା ଲାଗି ହିରୋ ମୋଟୋକର୍ପ ପକ୍ଷରୁ ‘ପ୍ରକୃତ ହିରୋଙ୍କ ପାଇଁ ରାଇଡ୍’ ବିଷୟରେ ଘୋଷଣା କରାଯାଇଛି। ଏଥିରେ ଅଂଶଗ୍ରହଣ କରୁଥିବା ଚାଳକମାନେ ବିଶ୍ବର ୧୦୦ଟି ସହରରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ କୋଭିଡ୍-୧୯ ସୁରକ୍ଷା କିଟ୍ ବଣ୍ଟନ କରିବେ। କିଟ୍ରେ ରହିଛି ଏନ୍-୯୫ ମାସ୍କ, ବ୍ୟକ୍ତିଗତ ସୁରକ୍ଷା ଉପକରଣ, ସାନିଟାଇଜର୍, ଗ୍ଲୋଭ୍ସ ଓ ଆଇଆର୍ ଥର୍ମୋମିଟର। ଅକ୍ଟୋବର ୨ରୁ ଆରମ୍ଭ ହେଉଥିବା ଏହି ରାଇଡ୍ ଭାରତ, ବାଲାଂଦେଶ, ନେପାଳ, ଗ୍ବେଟେମାଲା, କଲମ୍ବିଆ, ବଲିଭିଆ, ନାଇଜେରିଆ, ଉଗାଣ୍ଡା, କେନିଆ, ଦକ୍ଷିଣ ଆଫ୍ରିକା, ତୁର୍କୀ ଓ ୟୁଏଇର ୧୦୦ଟି ସହର ଅତିକ୍ରମ କରିବ। ଏହି ଦେଶର ସହରଗୁଡ଼ିକରେ ଚାଳକମାନେ ୧୦୦ କିମି ଯାତ୍ରା କରିବେ। ଏହି ରାଇଡ୍ର ଅଂଶ ହେବା ଲାଗି ଗ୍ଲାମର୍, ଏକ୍ସପଲ୍ସ ୨୦୦ ଓ ଏକ୍ସଟ୍ରିମ୍ର ଗ୍ରାହକମାନେ ସେପ୍ଟେମ୍ବର ୨୯ ସୁଦ୍ଧା ପଞ୍ଜୀକରଣ କରିଛନ୍ତି। ଏହି ରାଇଡ୍ ସମ୍ପର୍କରେ କଂପାନିର ବିକ୍ରି ଓ ବିକ୍ରି ପରବର୍ତ୍ତୀ ସେବା ମୁଖ୍ୟ ନବୀନ ଚୌହ୍ବାନ କହିଛନ୍ତି ଯେ ଏକ ଦାୟିତ୍ବବାନ କର୍ପୋରେଟ୍ ନାଗରିକ ଭାବେ ସମାଜର ଉନ୍ନତି ଓ କଲ୍ୟାଣରେ ସହଯୋଗ କରିବାକୁ ହିରୋ ମୋଟୋକର୍ପ ପ୍ରତିବଦ୍ଧ ରହିଛି। ସ୍ବାସ୍ଥ୍ୟ କ୍ଷେତ୍ରର ସମ୍ମୁଖ ଯୋଦ୍ଧାମାନଙ୍କୁ ସମ୍ମାନିତ କରିବା ଲାଗି ପ୍ରକୃତ ହିରୋଙ୍କ ପାଇଁ ରାଇଡ୍ ଘୋଷଣା କରିଥିବାରୁ ଆମେ ଆନନ୍ଦିତ। କଂପାନି ଚଳିତ ବର୍ଷ ଜାନୁଆରି ୨୧ରେ ୧୦୦ ନିୟୁତତମ ଗାଡ଼ି ଉତ୍ପାଦନ କରି ଯେଉଁ ଐତିହାସିକ ମାଇଲଖୁଣ୍ଟ ହାସଲ କରିଥିଲା, ସେହି ସଫଳତାକୁ ମଧ୍ୟ ଏହି ରାଇଡ୍ ଜରିଆରେ ପାଳନ କରାଯିବ।
ହିରୋ ମୋଟୋକର୍ପର ‘ପ୍ରକୃତ ହିରୋଙ୍କ ପାଇଁ ରାଇଡ୍’
/sambad/media/post_attachments/wp-content/uploads/2021/10/ride-for-real-heroes-hero-motocorp-4fe6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)