ନିଜର ପୂର୍ବତନ ପାର୍ଟନର ହୋଣ୍ଡାକୁ ଟପିଲା ହିରୋ

ନୂଆଦିଲ୍ଲୀ : ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋ କର୍ପର ମାର୍କେଟ ଶେୟାର ଏହାର ପୂର୍ବତନ ଜାପାନିଜ୍‌ ଅଂଶୀଦାର ହୋଣ୍ଡା ତୁଳନାରେ ଯଥେଷ୍ଟ ବୃ୍‌ଦ୍ଧି ପାଇଛି। ୨୦୧୮ ଆର୍ଥିକ ବର୍ଷର ଏପ୍ରିଲରୁ ମଇ ଦୁଇ ମାସ ମଧ୍ୟରେ ହିରୋ ୨.୧୫ ଲକ୍ଷ ୟୁନିଟ୍‌ ଅଧିକ ବିକ୍ରି କରିବାକୁ ସକ୍ଷମ ହୋଇଛି। ଗତ ବର୍ଷ ଏହି ସମୟ ତୁଳାନରେ ଏଥିରେ ୧.୩୬ ଲକ୍ଷ ୟୁନିଟ୍‌ ବୃଦ୍ଧି ଘଟିଛି। ଗତ ଦୁଇ ବର୍ଷ ମଧ୍ୟରେ ପ୍ରତିଦ୍ୱନ୍ଦ୍ଵିତା ମୂଳକ ବଜାରରେ ହିରୋ ଏହି ସଫଳତା ହାସଲ କରିବାକୁ ସକ୍ଷମ ହୋଇଛି। ୨୦୧୮ ମଇ ମାସ ଶେଷ ସୁଦ୍ଧା ହିରୋର ମାର୍କେଟ ଶେୟାର ୩୭.୪% ରହିଛି। ଗତ ବର୍ଷ ଏହି ସମୟରେ ଏହା ୩୬.୨% ଥିଲା। କମ୍ପାନୀ ଆଶା ଜନକ ଅଭିବୃଦ୍ଧି ହାର ହାସଲ କରିଥିବାବେଳେ ଗତ ମଇ ମାସରେ ୭୦୬,୩୬୫ ୟୁନିଟ୍‌ ଦୁଇ ଚକିଆ ଯାନ ବିକ୍ରି କରି ଗତ ବର୍ଷ ତୁଳନାରେ ୧୧% ବୃଦ୍ଧି ହାସଲ କରିବାକୁ ସକ୍ଷମ ହୋଇଛି। ଗତ ବର୍ଷ ଏହି ସମୟରେ କମ୍ପାନି ମୋଟ ୬୩୩,୮୮୪ ୟୁନିଟ୍‌ ଦୁଇଚକିଆ ଯାନ ବିକ୍ରି କରିଥିଲା। ତୃତୀୟ ଥର ପାଇଁ କମ୍ପାନୀ ୭ ଲକ୍ଷ ୟୁନିଟ୍‌ ବିକ୍ରି ଲକ୍ଷ୍ୟ ହାସଲ କରିଛି। ପୂର୍ବରୁ ଗତ ମାର୍ଚ୍ଚରେ ୭୩୦୪୭୩ ୟୁନିଟ୍‌ ଏବଂ ୨୦୧୭ସେପ୍ଟେମ୍ବରରେ ୭୨୦୭୩୯ ୟୁନିଟ୍‌ ବିକ୍ରି ଲକ୍ଷ୍ୟ ହାସଲ କରିଥିଲା। ୨୦୦ସିସି ପ୍ରିମିୟମ୍‌ ସେଗମେଂଟରେ କମ୍ପାନୀ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାବେଳେ ଏକ୍ସଟ୍ରିମ୍‌ ୨୦୦-ଆର୍‌ ଏବଂ ଏକ୍ସ ପ୍ଲସ୍‌ ମୋଟର ସାଇକେଲରର ବଜାର ପ୍ରବେଶ କରିଛି। ଏହାର ନୂଆ ଡୁଏଟ୍‌ ୧୨୫ ଏବଂ ମାଷ୍ଟ୍ରୋ ଇଡଜ୍‌ ୧୨୫ ସ୍କୁଟର ବେଶ୍‌ ସଫଳ ରହିଛି। ହିରୋ ମୋଟୋକର୍ପ ଘରୋଇ ବଜାରରେ ୫୦ ପ୍ରତିଶତରୁ ଅଧିକ ମାର୍କେଟ୍‌ ଶେୟାର ହାସଲ କରିବାକୁ ସକ୍ଷମ ହୋଇଛି।

ସମ୍ବନ୍ଧିତ ଖବର