ବାଇକ୍ କିଣିବା କଥା ଉଠିବା ମାତ୍ରେ ପ୍ରଥମେ ଏହାର ମାଇଲେଜ୍ ଉପରେ କଥା ଆସିଥାଏ। ନିକଟରେ ଦମଦାର୍ ମାଇଲେଜ୍ ଦେଉଥିବା ୫ ଟି ବାଇକ୍ ବିଷୟରେ ଆସନ୍ତୁ ଜାଣିବା।
୧ .Hero Splendor Ismart ୧୧୦ : କମ୍ପାନିର କହିବାନୁସାର Hero Splendor Ismart ୧୧୦ ବାଇକ୍ ୧ ଲିଟର ତେଲରେ ୧୦୨ କିଲୋମିଟର ଯାଇପାରିବ । ଏହା ପଛରେ ଥିବା କାରଣ ହେଉଛି ବାଇକରେ ଦିଆଯାଇଥିବା ଆଇଡଲ୍ ଷ୍ଟାର୍ଟ ଷ୍ଟପ୍ ସିଷ୍ଟମ୍ ଟେକନିକ୍ । ଏହି ବାଇକରେ ୯୭.୨ ସିସି ସିଙ୍ଗଲ୍ ସିଲିଣ୍ଡର ଇଞ୍ଜିନ୍ ଦିଆଯାଇଛି । ଏହି ବାଇକର ଦାମ୍ ହେଉଛି ୫୦,୨୫୫ ଟଙ୍କା ।
୨ . Bajaj CT ୧୦୦ : ବଜାଜ୍ କମ୍ପାନିର ବାଇକ୍ମାନଙ୍କ ମଧ୍ୟରେ ଅଧିକ ବିକ୍ରି ହେଉଥିବା ବାଇକ୍ ହେଉଛି ବଜାଜ୍ ସିଟି ୧୦୦ । କମ୍ପାନି କହିବା ମୁତାବକ ଏହି ବାଇକ୍ ୯୯.୧ କି.ମି./ଲିଟର ମାଇଲେଜ୍ ଦେଇଥାଏ । ଏହି ବାଇକରେ ୯୯.୨ ସିସି ସିଙ୍ଗଲ୍ ସିଲିଣ୍ଡର ଇଞ୍ଜିନ୍ ଦିଆଯାଇଛି । ଯାହା ୮ ହର୍ସପାୱାର ଏବଂ ୮.୦୫ ଏନ୍ ଏମ୍ ଟାର୍କ ଜେନେରେଟ୍ କରିଥାଏ । ଏହି ବାଇକର ଦାମ୍ ହେଉଛି ୩୫,୩୮୯ ଟଙ୍କା ରହିଛି।
୩ . Bajaj platina comfortec : ଭଲ ମାଇଲେଜ୍ ଦେବାରେ ତୃତୀୟ ସ୍ଥାନରେ ଆସେ ବଜାଜ୍ ପ୍ଲାଣ୍ଟିନା କନଫରଟେକ୍ ବାଇକ୍ । ଏହି ବାଇକରେ ବଜାଜ୍ କମ୍ପାନିର ଡିଟିଏସ୍-ଆଇ ଟ୍ଵିନ୍ ସ୍ପାର୍କ ଟେକନିକ୍ ଦିଆଯାଇଛି। ଏହି ବାଇକ୍ ଏବେ କନଫରଟେକ୍ ନାମରେ ପରିଚିତ ହେଉଛି । ବାଇକରେ ୧୦୨ ସିସିର ଇଞ୍ଜିନ୍ ଦିଆଯାଇଛି। ଯାହା ୮.୬ ଏନ୍ ଏମ୍ ଟାର୍କ ଜେନେରେଟ୍ କରିଥାଏ । ଏହି ବାଇକର ଦାମ୍ ହେଉଛି ୪୫,୯୮୫ ଟଙ୍କା ।
୪ . TVS Sport :ବଜାଜ୍ ପରେ ଚତୁର୍ଥ ସ୍ଥାନରେ ଆସେ ଟିଭିଏସ୍ ସ୍ପୋର୍ଟ ବାଇକ୍ । କମ୍ପାନି ଏହି ବାଇକକୁ ଗତବର୍ଷ ହିଁ ଲଞ୍ଚ୍ କରିଛି । କମ୍ପାନି ଏହି ବାଇକର ମାଇଲେଜ୍ ବଢାଇବା ସହ ନୂଆ କ୍ଲଚର ଏବଂ ଇଲେକ୍ଟ୍ରିକ୍ ଷ୍ଟାର୍ଟ ଭଳି ଫିଚର୍ସ ମଧ୍ୟ ଦେଇଛି । କମ୍ପାନି କହିବାନୁସାର ବାଇକ୍ ୧ ଲିଟର ତେଲରେ ୯୫ କି.ମି ମାଇଲେଜ୍ ଦେଇଥାଏ। ଏଥିରେ ଟିଭିଏସ୍ କମ୍ପାନିର ଡ୍ୟୁରାଲାଇଫ୍ ଟେକନିକ୍ ଦିଆଯାଇଛି । ବାଇକରେ ୯୯.୭ସିସିର ଇଞ୍ଜିନ୍ ଦିଆଯାଇଛି। ଯାହା ୭.୮ ଏନ୍ ଏମ୍ ଟାର୍କ ଜେନେରେଟ୍ କରିଥାଏ । ଏହି ବାଇକର ଦାମ୍ ହେଉଛି ୩୭,୭୮୦ ଟଙ୍କା ରହିଛି।