ପ୍ରିମିୟମ୍ ବାଇକ୍‌ପ୍ରେମୀଙ୍କୁ ରୋମାଞ୍ଚିତ କଲା ‌ହିରୋ

ଭୁବନେଶ୍ବର: ପ୍ରିମିୟମ୍ ବାଇକ୍ ଚଲାଇବାକୁ ପସନ୍ଦ କରୁଥିବା ଭୁବନେଶ୍ବର ଓ କଟକର ଶତାଧିକ ‌ଲୋକଙ୍କୁ ହିରୋ ମୋଟୋକର୍ପ ପକ୍ଷରୁ ଏକ ଅନନ୍ୟ ସୁଯୋଗ ଦିଆଯାଇଛି। କଂପାନି ପକ୍ଷରୁ ଫୁଲନଖରାରେ ଥିବା ଓମ୍‌ଫେଡ୍‌ ପଡ଼ିଆରେ ‘ହିରୋ ଏକ୍ସଟ୍ରାକ୍ସ ଅର୍ବାନ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଶତାଧିକ ପ୍ରିପିୟମ୍ ବାଇକ୍‌ ପ୍ରେମୀ ଯୋଡ଼ି ହୋଇ କଂପାନିର ପ୍ରିମିୟମ୍‌ ବାଇକ୍‌ ଚଲାଇ ରୋମାଞ୍ଚିତ ହୋଇଛନ୍ତି। ଏହି ଅବସରରେ ହିରୋର ଏକ୍ସଟ୍ରିମ୍ ୧୬୦ଆର୍‌, ଏକ୍ସଟ୍ରିମ୍ ୨୦୦ଏସ୍‌ ଓ ଏକ୍ସପ୍ଲସ୍‌ ୨୦୦କୁ ଲୋକମାନେ ଚଲାଇବାର ସୁଯୋଗ ପାଇଥିଲେ। ସକାଳ ୯ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ‌ର ଅଂଶଗ୍ରହଣକାରୀମାନେ ପ୍ରାୟ ଦୁଇ କିମି ଲମ୍ବର ସ୍ବତନ୍ତ୍ର ଟ୍ରାକ୍‌ରେ ହିରୋ ପ୍ରିମିୟମ୍ ବାଇକ୍ ଚଲାଇଥିଲେ। ଏହା ପୂର୍ବରୁ ସେମାନଙ୍କୁ ବାଇକ୍‌ ବିଷୟରେ ସୂଚନା ଦିଆଯାଇଥିଲା ଏବଂ ହିରୋ ଟିମ୍‌ର ବିଶେଷଜ୍ଞମାନଙ୍କ ମାର୍ଗଦର୍ଶନରେ ସେମାନେ ପ୍ରିମିୟମ୍ ବାଇକ୍‌ ଚଲାଇଥିଲେ।

ସମ୍ବନ୍ଧିତ ଖବର